ଏସୀୟ କ୍ରୀଡା ସୁଟିଂରେ ଭାରତ ପ୍ରଥମ ଥର ପାଇଁ ଦମଦାର୍ ପ୍ରଦର୍ଶନ କରିଛି । ସୁଟିଂର ପୁରୁଷ ଟ୍ରାପ ଇଭେଣ୍ଟରେ ଭାରତୀୟ ଦଳ ଆଜି ଆଉ ଏକ ସ୍ବର୍ଣ୍ଣପଦକ ହାସଲ କରିବା ପରେ ପଦକ ସଂଖ୍ୟା 42ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଭାରତ ମୋଟ 42ଟି ପଦକ ପାଇଥିବା ବେଳେ କେବଳ ସୁଟିଂ ଇଭେଣ୍ଟରୁ 21 ପଦକ ହାସଲ କରି ଇତିହାସ ରଚିଛି । ଆଜି ସୁଟିଂରେ ଭାରତୀୟ ଦଳ ପୁରୁଷ ଟ୍ରାପ୍ ଇଭେଣ୍ଟରେ କୁଏତ ଓ ଚୀନକୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ହାସଲ କରିଛି । ଭାରତକୁ 361 ପଏଣ୍ଟ ମିଳିଥିବା ବେଳେ କୁଏତକୁ 352 ଏବଂ ଚୀନକୁ 346 ପଏଣ୍ଟ ମିଳିଛି । ପୂର୍ବରୁ ମହିଳା ଟ୍ରାପ ଇଭେଣ୍ଟରେ ଭାରୀୟ ମହିଳା ଦଳ 337 ପଏଣ୍ଟ ପାଇଁ ରୌପ୍ୟ ପଦକ ଜିତିଥିଲେ । ଏପର୍ଯ୍ୟନ୍ତ ଭାରତ ସୁଟିଂର ବିଭିନ୍ନ ଇଭେଣ୍ଟରେ 21 ପଦକ ହାସଲ କରିଥିବା ବେଳେ ସେଥିମଧ୍ୟରୁ 7ଟି ସ୍ବର୍ଣ୍ଣ ପଦକ ହାସଲ କରିଛି ।

LEAVE A REPLY

Please enter your comment!
Please enter your name here