ଆଜି ଭୁବନେଶ୍ୱରରୁ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୮ ଲୋକାଲ କେସ୍ ରହିଛି । ୧୮ ଲୋକାଲ କେସ୍ ନୟାପଲ୍ଲି ଆଇଆରସିଭିଲେଜରୁ ଜଣେ, ନୂଆସାହିରୁ ଜଣେ, ବ୍ରିଟ୍ କଲୋନିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭିମଟାଙ୍ଗି ବସ୍ତିରୁ ଜଣେ ମହିଳା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ବାପୁଜୀ ନଗରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚନ୍ଦ୍ରଶେଖରପୁର ରେଲୱେରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବରମୁଣ୍ଡାରୁ ଜଣେ, ଗଙ୍ଗନଗରରୁ ଜଣେ, ସାଁପୁର ଭିଲେଜରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନଖରାରୁ ଜଣେ, ଭରତପୁରରୁ ଜଣେ, ରସୁଲଗଡରୁ ଜଣେ, ନୂଆ ଗାଁରୁ ୨ ଜଣ, ୟୁନିଟ୍‌-୨ରୁ – ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସରକାରୀ ହସ୍ପିଟାଲରୁ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here