ନଭେମ୍ବର ୨୯ ସୁଦ୍ଧା ସରିବ ଉପ ନିର୍ବାଚନ । ଓଡିଶାର ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦରରେ ହେବ ଉପନର୍ବିାଚନ । ଏହାସହିତ ନଭେମ୍ବର ୨୯ ସୁଦ୍ଧା ବିହାର ସାଧାରଣ ନିର୍ବାଚନ ସାରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ଏବଂ ନିର୍ବାଚନ ଅଧିକାରୀଙ୍କ ସହିତ ବୈଠକ ପରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ତେବେ ଦେଶରେ ଖାଲିପଡିଥିବା ୬୪ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ କରାଯିବ । ବିହାର ବିଧାନସଭା ନିର୍ବାଚନ ସମୟରେ ଅନ୍ୟ ୬୪ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here