ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ନାବାଳିକାକୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ କଂଗ୍ରେସ ନେତା ଏବଂ ତାଙ୍କ ପୁଅକୁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ ।ଏପ୍ରିଲ, ୨୦୨୨ରେ ନଦିଆ ଜିଲ୍ଲାର ହଂସଖାଲିରେ ଗଣଦୁଷ୍କର୍ମ ହୋଇଥିଲା,ଜଣେ ଶାସକ ଦଳର ପଞ୍ଚାୟତ ନେତାଙ୍କ ପୁଅ , ୧୪ ବର୍ଷୀୟା ଝିଅକୁ ତାଙ୍କ ଜନ୍ମଦିନ ପାର୍ଟିକୁ ନିମନ୍ତ୍ରଣ କରି, ଏହି ଜନ୍ମ ଦିନ ପାର୍ଟିରେ, ଝିଅକୁ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଗୁରୁତର ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ଜିଲ୍ଲା ଦୌରାଜଜ ୨୦୨୨ରେ ଘଟିଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମସ୍ତ ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଘଟଣାର ପ୍ରାୟ ସାଢ଼େ ତିନି ବର୍ଷ ପରେ, ଜିଲ୍ଲା କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି, ତିନି ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କଂଗ୍ରେସ ନେତା ସମରେନ୍ଦ୍ର ଗୋଆଲିଙ୍କ ପୁଅ ବ୍ରଜଗୋପାଳ ଗୋଆଲି, ପ୍ରଭାକର ପୋଦ୍ଦାର ଏବଂ ରଞ୍ଜିତ ମଲ୍ଲିକଙ୍କୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରାଯାଇଛି ।ରିପୋର୍ଟ ଅନୁସାରେ, ସମ୍ପୃକ୍ତ ନଅ ଜଣଙ୍କ ମଧ୍ୟରୁ ଦୁଇଜଣ ନାବାଳକ ଅଟନ୍ତି । ସେମାନଙ୍କୁ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଜୋରିମାନା କରାଯାଇଛି । ସେହିପରି ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ସମରେନ୍ଦ୍ର ଗୋଆଲି, ଦିପ୍ତ ଗୋଆଲି ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପାଞ୍ଚ ବର୍ଷ ଲେଖାଏଁ ଜେଲଦଣ୍ଡ ଦିଆଯାଇଛି। ସମରେନ୍ଦ୍ରଙ୍କ ଉପରେ ଘଟଣାରେ ସମ୍ପୃକ୍ତି ଏବଂ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ଥିଲା। ପୀଡ଼ିତାଙ୍କ ପରିବାରକୁ ଭୟଭୀତ କରିବା, ମୃତଦେହକୁ ଶ୍ମଶାନକୁ ନେବାକୁ ବାଧ୍ୟ କରିବା ଏବଂ ଷଡ଼ଯନ୍ତ୍ରରେ ସାମିଲ ହେବା ଅଭିଯୋଗରେ ନାବାଳିକାଙ୍କ ପଡ଼ୋଶୀ ଅଂଶୁମାନ ବାଗଚିଙ୍କୁ ତିନି ବର୍ଷ ଜେଲଦଣ୍ଡ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here