ସେ ଓଲିଉଡ ହେଉ ଅବା ବଲିଉଡ, ବର୍ତ୍ତମାନ ଫିଲ୍ମ ଷ୍ଟାରମାନେ ଅଭିନୟ ଛଡା ରାଜନୀତିରେ ମଧ୍ୟ ପାଦ ଦେବାକୁ ପସନ୍ଦ କରୁଛନ୍ତି. ଆଉ ବର୍ତ୍ତମାନ ବଲିଉଡ ବେବୋ କରୀନା କପୁର ମଧ୍ୟ ନିର୍ବାଚନ ଲଢିବେ ବୋଲି ଖବର ପ୍ରକାଶ ପାଇଛି. ତେବେ ସୂଚନା ଅନୁସାରେ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିବା ବିଜୟକୁ ଲୋକସଭା ନିର୍ବାଚନରେ ମଧ୍ୟ କାଏମ ରଖିବା ପାଇଁ କଂଗ୍ରେସ ବର୍ତ୍ତମାନଠାରୁ ଯୋଜନା ଆରମ୍ଭ କରିସାରିଲାଣି. ଏଥିପାଇଁ କଂଗ୍ରେସ ନେତାମାନେ ମଧ୍ୟ ଏକ ଫର୍ମୁଲା ବାହାର କରିଛନ୍ତି. ତେବେ ଭୋପାଳ ସଂସଦୀୟ ସିଟରୁ କୌଣସି ନେତା ନୁହେଁ ବରଂ ବଲିଉଡ ଷ୍ଟାର କରୀନା କପୁରଙ୍କୁ ଟିକଟ ଦିଆଯାଉ ବୋଲି ସେମାନେ ଚାହୁଁଛନ୍ତି. ଭୋପାଳ ସଂସଦୀୟ ସିଟ ଉପରେ ବିଜେପି କେଉଁ ବର୍ଷରୁ ନିଜର ଏକଛତ୍ର ଶାସନ ଚଲାଇ ଆସୁଛି. ଆଉ ଧିରେ ଧିରେ ଏହା ବିଜେପିକୁ ମଜବୁତ କରିବାରେ ସହାୟକ ହେଉଛି. ବର୍ତ୍ତମାନ ଏହାକୁ ଭାଙ୍ଗିବା ପାଇଁ କରୀନା କପୁର ଖାନଙ୍କ ଆବଶ୍ୟକ ରହିଛି ବୋଲି କଂଗ୍ରେସ ନେତା କହିଛନ୍ତି. ଏବେ କରୀନାଙ୍କର ଅଧିକ ଫ୍ୟାନ ଫଲୋଇଂ ଅଛନ୍ତି, ଆଉ ସେ ସହଜରେ ଯୁବପିଢିଙ୍କ ଭୋଟ ହାତେଇ ପାରିବେ ବୋଲି କହିଛନ୍ତି କଂଗ୍ରେସ ନେତା ଗୁଡ୍ଡୁ ଚୌହାନ ଓ ଅନୀସ ଖାନ. କରୀନା ପୌଟାଦୀ ଖାନଦାନର ବୋବୂ ଥିବାରୁ ଭୋପାଳରେ କଂଗ୍ରେସକୁ ଭଲ ସଫଳତା ମିଳିବ ବୋଲି ମଧ୍ୟ କହିଛନ୍ତି ଅନୀସ.

LEAVE A REPLY

Please enter your comment!
Please enter your name here