ଚଳିତ ଥର ନିର୍ବାଚନ ଲଢିବ କୋଶଳ ଜନତା ଦଳ. ପଶ୍ଚିମ ଓଡିଶାର 30ଟି ବିଧାନସଭା ଓ 5ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଲଢିବ ବୋଲି ଘୋଷଣା ହୋଇଛି. ଧର୍ମଗଡସ୍ଥିତ ହୋଟେଲ ରୟା ପ୍ୟାଲେସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କୋଶଳ ଜନତା ଦଳର ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ର. ପଶ୍ଚିମ ଓଡିଶାବାସୀ ଅବହେଳିତ ହେଉଛନ୍ତି. ଏହାଛଡା ନିର୍ବାଚିତ ଜନପ୍ରତିନିଧି ସ୍ଥାନୀୟ ପ୍ରସଙ୍ଗକୁ ବିଧାନସଭାରେ ଠିକ୍ ଭାବେ ଉପସ୍ଥାପନା କରୁନାହାନ୍ତି.   ଯେଉଁଥିପାଇଁ କୋଶଳ ରାଜ୍ୟର ଆବଶ୍ୟକତା ରହିଛି. ଏହି ବାର୍ତ୍ତା ସମସ୍ତ ସମଗ୍ର ଓଡିଶାରେ ପହଞ୍ଚିବା ପାଇଁ ଗାନ୍ଧୀ ଜୟନ୍ତୀଠାରୁ କୋଶଳ ମୁକ୍ତି ରଥ ପରିକ୍ରମା କରୁଛି ଏବଂ ଏହା 10ଟି ଜିଲ୍ଲା ପରିକ୍ରମା କରିବ ବୋଲି ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here