Screenshot

ଏବେ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ ବିଜେପି ସରକାର। ନୂଆପଡ଼ାରେ ନିର୍ବାଚନୀ ସମାବେଶରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର ବେଳେ ବିଜେପି ସରକାର ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ନବୀନ କହିଛନ୍ତି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ । ଆଉ ଏବେ ପ୍ରାର୍ଥୀ ଚୋରି କରୁଛନ୍ତି । ଆମ ସହ ହୋଇଥିବା ବେଇମାନିର ଉତ୍ତର ଆସନ୍ତା ନଭେମ୍ବର ୧୧ ତାରିଖରେ ଭୋଟର ଦେବେ ବୋଲି କହିଛନ୍ତି ନବୀନ । ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ । ବିଜେଡି ସରକାରରେ ନୂଆପଡ଼ାର ବିକାଶ ଯୋଡ଼ି ହୋଇଥିଲା । ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ ୱେ’ ହୋଇଥିଲା । ୧୦ ହଜାରରୁ ଅଧିକ ହେକ୍ଟର ଜମି ଜଳସେଚିତ ହୋଇଥିଲା । ଲୋକଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା । ପିଲାଙ୍କ ପାଠପଢ଼ା ଲାଗି ଭଲ ସ୍କୁଲ ନିର୍ମାଣ ହୋଇଥିଲା । ଆଦିବାସୀ ଭାଇ ଓ ଭଉଣୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଥିଲା । ମିଶନ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା କିନ୍ତୁ ବିଜେପି ସରକାର ଆସିବା ପରେ ପରିସ୍ଥିତି ପୂରା ବଦଳିଯାଇଛି । ରାଜ୍ୟରେ ବିକାଶ ପୂରା ଠପ୍ ପଡ଼ିଯାଇଛି । ଆଇନ୍ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ୮ମାସ ହେଲା ମିଶନ ଶକ୍ତି ମା’ମାନେ ଦରମା ପାଉନାହାନ୍ତି । ଏ ସରକାର କେବଳ ମିଛ ପ୍ରଚାରରେ ମାତିଛନ୍ତି ।

LEAVE A REPLY

Please enter your comment!
Please enter your name here