ଜି-20 ନୂଆଦିଲ୍ଲୀ ଘୋଷଣାନାମାକୁ ନେଇ ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି ଚୀନ୍ । ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-20 ସମ୍ମିଳନୀର ସଦସ୍ୟ ରାଷ୍ଟମାନଙ୍କ ଦ୍ବାରା ସ୍ବାକ୍ଷରିତ ଦିଲ୍ଲୀ ଘୋଷଣାନାମା ଏକ ପଜିଟିଭ୍ ସିଗନାଲ ବୋଲି କହିଛି ଚୀନ୍ । ବିଶ୍ବ ଅର୍ଥନୀତିକୁ ସୁଧାରିବା ଦିଗରେ ବିଶ୍ବର ଏହି ପ୍ରଭାଶାଳୀ ରାଷ୍ଟ୍ରମାନେ ମିଳିତ ଭାବେ କାର୍ଯ୍ୟ କରିବାରେ ସଫଳ ହେବେ ବୋଲି ଚୀନ୍ ଆଶା ପ୍ରକାଶ କରିଛି । ଋଷିଆ-ୟୁକ୍ରେନ ଯୁଦ୍ଧକୁ ବିଶ୍ବର ବିଭିନ୍ନ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ମତପାର୍ଥକ୍ୟ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହମତି ପ୍ରତିଷ୍ଠା କରିବା ଦିଗରେ ଏକ କୂଟନୈତିକ ପଦକ୍ଷେପ ଥିଲା । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ବିଶ୍ବରୁ ଅବିଶ୍ବାସ ବାତାବରଣର ଅନ୍ତ ହେଉ । ଦୁଇଦିନିଆ ସମ୍ମିଳନୀ ଶେଷରେ ନୂଆଦିଲ୍ଲୀ ଘୋଷଣାନାମାକୁ ନେଇ ଚୀନ୍ ବୈଦିଶିକ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ଜି-20 ବିଶ୍ବର ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

LEAVE A REPLY

Please enter your comment!
Please enter your name here