2019 ବର୍ଷ ଆରମ୍ଭରେ ୟୁନିସେଫ୍ (United Nations Children’s Fund) ଯେଉଁ ତଥ୍ୟ ଦେଇଛି ଆପଣ ତାକୁ ଶୁଣିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ. ନୂଆବର୍ଷର ପ୍ରଥମ ଦିନରେ ସାରା ବିଶ୍ୱରେ ପ୍ରାୟ 395,000 ଶିଶୁ ଜନ୍ମ ନେଇଥିବା ୟୁନିସେଫ୍ ସୂଚନା ଦେଇଛି. ତେବେ ବିଶେଷ କଥା ହେଲା, ଭାରତରେ କେବଳ 70,000 ଶିଶୁ ଜନ୍ମ ଗ୍ରହଣ କରିଛନ୍ତି ଯାହା ଅନ୍ୟ ଦେଶ ତୁଳନାରେ ସର୍ବାଧିକ. ଭାରତରେ 70,000 ହୋଇଥିବା ବେଳେ ଚୀନରେ 44,940, ନାଇଜେରିଆରେ 25,685, ପାକିସ୍ତାନରେ 15,112, ଇଣ୍ଡୋନେସିଆରେ 13,256, ଆମେରିକାରେ 11,086, ଡେମୋକ୍ରାଟିକ କିଙ୍ଗ୍ ଅପ୍ କଙ୍ଗୋରେ 10,053 ଓ ବାଲାଂଦେଶରେ 8,428 ଜଣ ଶିଶୁ ଜନ୍ମ ନେଇଥିବା ୟୁନିସେଫ୍ ସୂଚନା ଦେଇଛି.
ତେବେ 2019 ଆରମ୍ଭରେ ପାଖାପାଖି 395,072 ଜଣ ଶିଶୁଙ୍କ ଜନ୍ମ ହେବ ବୋଲି ଆଶଙ୍କା କରାଯାଉଛି. ମିଶନ ଇନ୍ଦ୍ରଧନୁ ମାଧ୍ୟମରେ ଚାରି ବର୍ଷ ମଧ୍ୟରେ ପ୍ରାୟ 3.15 କୋଟି ପିଲାଙ୍କୁ ଟୀକାକରଣ କରାଯାଇଛି. ତେବେ ଏହା ଭିତରେ ଅଧାରୁ ଅଧିକ ଭାରତ, ଚୀନ, ପାକିସ୍ତାନ, ଆମେରିକା ଓ ବାଲାଂଦେଶ ସମେତ ଅନ୍ୟ ଆଠଟି ଦେଶର ଶିଶୁ ଅନ୍ତର୍ଭୁକ୍ତ ଅଛନ୍ତି.