ଭାରତର ଅମୂଲ୍ୟ ରତ୍ନ କୁହାଯାଉଥିବା କୋହିନୂରକୁ ନେଇ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏକ ନୂଆ ତଥ୍ୟ ଦେଇଛି. ଯେଉଁଥିରେ କୁହାଯାଇଛି ଯେ, ସେତେବେଳେ ଲାହୋର ରାଜା ଏହି ହୀରାକୁ ଇଂଲଣ୍ଡର ତତ୍କାଳୀନ ରାଣୀ ଭିକ୍ଟୋରିଆଙ୍କୁ ସମର୍ପିତ କରିଥିଲେ. ଏଏସଆଇର ରିପୋର୍ଟ ଅନୁସାରେ, ଡଲହାଉସୀ ଓ ଦୁଲ୍ଲିପ୍ ସିଂଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା ଓ ଚୁକ୍ତି ଅନୁସାରେ ଏହାକୁ ଦୁଲ୍ଲିପ୍ ସିଂ ଇଂରେଜମାନଙ୍କୁ  ହସ୍ତାନ୍ତର କରିଥିଲେ. ତେବେ 2016 ମସିହା ଏପ୍ରିଲ ମାସରେ, ମୋଦି ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଥିଲେ ଯେ, ବ୍ରିଟିଶଙ୍କ ଠାରୁ ଏହି ହୀରାକୁ ଆଣିବା ପାଇଁ ଭାରତକୁ ଜିଦି କରିବା ଉଚିତ୍ ନୁହେଁ କାରଣ କୋହିନୂରକୁ ରାଜା ରଣଜିତ୍ ସିଂ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଦେଇଥିଲେ. ବର୍ତ୍ତମାନ ଏହାକୁ ନେଇ ବିବାଦ ଉପୁଜିବା ଦେଖାଦେଇଛି.

LEAVE A REPLY

Please enter your comment!
Please enter your name here