ନେପାଳରେ ପୁଣି ଥରେ ଆରମ୍ଭ ହୋଇଛି ବିଦ୍ରୋହ । ଦୁର୍ନୀତି ବିବାଦରେ ଫସିଥିବା ନେପାଳ ନୂତନ ଗୃହ ମନ୍ତ୍ରୀ ସୁଦାନ ଗୁରୁଙ୍ଗ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦାୟିତ୍ୱ ନେବାର ମାତ୍ର ୨୬ ଦିନରେ ସୁଦାନ ଗୁରୁଙ୍ଗ ବୁଧବାର ପଦବୀରୁ ଇସ୍ତଫା ଦେଇଛନ୍ତି ।
ଗୁରୁଙ୍ଗ ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଏହି ସୂଚନା ପ୍ରଦାନ କରିଛନ୍ତି । ଆର୍ଥିକ ହେରଫେର ମାମଲା ତଦନ୍ତ ଜାରି ରହିଥିବାରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି । ସେ କହିଛନ୍ତି ଯେ, “ତାଙ୍କ ପଦ ଠାରୁ ନୀତି ବଡ଼ ଏବଂ ଜନତାଙ୍କ ବିଶ୍ୱାସଠାରୁ ଆଉ କୌଣସି ଶକ୍ତି ବଡ଼ ନୁହେଁ । ଦେଶରେ ଚାଲିଥିବା ଜେନ୍-ଜି ଆନ୍ଦୋଳନ, ଯାହା ସୁଶାସନ, ସ୍ୱଚ୍ଛତା ଏବଂ ଦାୟିତ୍ୱ ଦାବି କରୁଛି, ଏହା ମଧ୍ୟ ଏହି ବାର୍ତ୍ତା ଦେଇଛି – ଯେ ସାଧାରଣ ଜୀବନ ସ୍ୱଚ୍ଛ ହେବା ଉଚିତ ଏବଂ ନେତୃତ୍ୱ ଦାୟୀ ହେବା ଉଚିତ । ଯଦି କେହି ମୋର ୪୬ ଭାଇ ଏବଂ ଭଉଣୀଙ୍କ ରକ୍ତ ଏବଂ ବଳିଦାନ ଉପରେ ଗଠିତ ସରକାରଙ୍କୁ ପ୍ରଶ୍ନ କରନ୍ତି, ତେବେ ତାହାର ଉତ୍ତର ହେଉଛି ନୀତି।” ସୁଦାନ ଗୁରୁଙ୍କ ନାମ ବ୍ୟବସାୟୀ ଦୀପକ ଭଟ୍ଟଙ୍କ ନାମ ସହିତ ଯୋଡ଼ି ହୋଇଯାଇଥିଲା । ଦୀପକ ଭଟ୍ଟ ଏକ ଆର୍ଥିକ ହେରଫେର ମାମଲାରେ ଫସିଛନ୍ତି । ବିବାଦୀୟ ବ୍ୟବସାୟୀ ଦୀପକ ଭଟ୍ଟଙ୍କ ସହିତ ବ୍ୟବସାୟିକ ସହଭାଗୀତା ଏବଂ କ୍ଷୁଦ୍ର-ବୀମା କମ୍ପାନୀଗୁଡ଼ିକରେ ସନ୍ଦେହଜନକ ନିବେଶ ସମ୍ପର୍କରେ ସୁଦାନ ଗୁରୁଙ୍ଗ ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଗୃହମନ୍ତ୍ରୀ ହେବା ପରଠାରୁ ଦୁର୍ନୀତି ବିରୁଦ୍ଧରେ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିବା ଗୁରୁଙ୍ଗ ନିଜ ବ୍ୟକ୍ତିଗତ ନିବେଶ ପାଇଁ ବ୍ୟାପକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ । ଅଭିଯୋଗ ଏବଂ ସତ୍ୟ ସମାନ ନୁହେଁ। ଭାବପ୍ରବଣତାରେ ନୁହେଁ ବରଂ ପ୍ରମାଣ ଉପରେ ନିଷ୍ପତ୍ତି ହେବ । ତେଣୁ ତଦନ୍ତରେ ସମ୍ପୂର୍ଣ୍ଣ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here