ଗୁରୁବାର ନୋଏଡାର ମେଟ୍ରୋ ହସ୍ପିଟାଲରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି. ସୂଚନା ଅନୁସାରେ, ନୋଏଡାର ସେକ୍ଟର 12ସ୍ଥିତ ହସ୍ପିଟାଲରେ ମଧ୍ୟାହ୍ନ ସମୟରେ ନିଆଁ ଲାଗିଥିଲା. ଫଳରେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଝରକା ଭାଙ୍ଗି ଦୌଡିବାକୁ ଲାଗିଥିଲେ. ପରେ ଖବର ପାଇ ଦମକଳ ବାହିନୀ ପହଞ୍ଚିଥିଲା ଓ ନିଆଁକୁ କାବୁ କରିନେଇଥିଲା. ନିଆଁ ଲାଗିବା ସମୟରେ ଅନେକ ରୋଗୀ ହସ୍ପିଟାଲ ଭିତରେ ଫସି ରହିଥିଲେ. ପରବର୍ତ୍ତୀ ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା. ଯଦିଓ ଏ ଯାଏଁ ନିଆଁ ଲାଗିବାର କାରଣ ଜଣାପଡିନାହିଁ, ତଥାପି ପ୍ରଥମେ ନିଆଁ ଆଇସିୟୁରେ ଲାଗିଥିବା କୁହାଯାଉଛି. ନିଆଁ ଏଭଳି ବ୍ୟାପିଥିଲା ଯେ, ରସି ଲଗାଇ ଲୋକଙ୍କୁ ଝରକା ପଟେ ବାହାର କରାଗଲା. ହସ୍ପିଟାଲ ଭିତରେ ପ୍ରାୟ 24 ଜଣ ଫସିରହିଥିଲେ, ଯାହାଭିତରେ ଏମରଜେନ୍ସି ଓ ଆଇସିୟୁ ରୋଗୀ ବି ସାମିଲ ଥିଲେ. ଏହି ଘଟଣା ଘଟିବା ପରେ ରୋଗୀଙ୍କୁ ସେକ୍ଟର 11ସ୍ଥିତ ମେଟ୍ରୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି.