ମୁଣ୍ଡ ଉପରେ ଲୋକସଭା ନିର୍ବାଚନ. ଏହାକୁ ଦୃଷ୍ଟିରେ ରଖି କିଏ କିପରି ଭୋଟ ହାତେଇବ ସେ ନେଇ ଏବେ ସବୁ ଦଳ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି. ଲୋକମାନଙ୍କୁ ପ୍ରଲୋଭିତ କରିବା ପାଇଁ ନେତାମାନେ ବଲିଉଡ ଷ୍ଟାରଙ୍କୁ ମଧ୍ୟ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି. ଏହାଭିତରେ ଆଉ ଏକ ଖବର ଆସିଛି ଯେ, ଏବେ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହ୍ୱାଗ ମଧ୍ୟ ଲୋକସଭା ନିର୍ବାଚନ ଲଢିବେ. ହରିୟାଣାରୁ ସେହ୍ୱାଗଙ୍କୁ ଛିଡା କରାଇବା ପାଇଁ ଏବେ ଭାରତୀୟ ଜନତା ପାର୍ଟି ଆଲୋଚନା କରୁଥିବା ସୂଚନା ମିଳିଛି. ଯଦିଓ ଏ ନେଇ ସେହ୍ୱାଗ ସହମତି ପ୍ରକାଶ କରିନାହାନ୍ତି ହେଲେ ଏ ସଂକ୍ରାନ୍ତରେ ବିଜେପି ପକ୍ଷରୁ ଘୋଷଣା କରାଯାଇଛି. ବର୍ତ୍ତମାନ କେବଳ ସେହ୍ୱାଗଙ୍କ ସହମତିକୁ ଦଳ ଅପେକ୍ଷା କରିଛି.

LEAVE A REPLY

Please enter your comment!
Please enter your name here