ମୃତ୍ୟୁ ସତ୍ୟ । କିନ୍ତୁ ମୃତ୍ୟୁ କେଉଁଠି କେତେବେଳେ କାହା ପାଖରେ ହାଜର ହୋଇଯାଏ ତାହା କେହି କେବେ କଳ୍ପନା କରିନଥାଏ । ଯେମିତି ଜମ୍ମୁରେ ଜଣେ ଯୁବକ ପାର୍ବତୀ ବେଶରେ ଷ୍ଟେଜ୍‌ରେ ନୃତ୍ୟ ପରିବେଷଣ କରୁଥିଲେ । ହେଲେ ହଠାତ ତଳେ ପଡିଗଲେ ଆଉ ସେଠାରେ ହିଁ ତାଙ୍କ ଜୀବନ ଚାଲିଗଲା । ସୂଚନାଅନୁସାରେ, ମଙ୍ଗଳବାର ଜମ୍ମୁରେ ଏକ ସହରରେ ଜାଗରଣର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଅନେକ ପ୍ରତିଯୋଗୀ ଦେବୀ ଦେବତାଙ୍କ ବେଶରେ ନୃତ୍ୟ ପରିବେଷଣ କରୁଥିଲେ । ଯୋଗେଶ ଗୁପ୍ତା ନାମକ ଜଣେ ଯୁବକ ପାର୍ବତୀ ବେଶରେ ନୃତ୍ୟ ପରିବେଷଣ କରୁଥିଲେ । ଅନେକ ସମୟ ଧରି ଷ୍ଟେଜରେ ନାଚିବା ପରେ ଯୁବକ ଜଣଙ୍କ ହଠାତ ଟଳିପଡିଲେ । କିଛି ସମୟ ପାଇଁ କେହି କିଛି ବୁଝିପାରିଲେନି । ସମସ୍ତେ ଭାବୁଥିଲେ କି ପାର୍ବତୀ ରୂପରେ ସେ ଏମିତି ଡ୍ରାମା କରୁଛନ୍ତି । ହେଲେ ଯୋଗେଶଙ୍କର ପାର୍ବତୀ ବେଶରେ ଜୀବନ ଚାଲିଯିବ ଏକଥା କେହି କେବେ ଭାବିନଥିଲେ । ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ । ହୃଦଘାତରେ ଜୀବନ ଚାଲିଯାଇଛି ବୋଲି ଡାକ୍ତର ସୂଚନା ଦେଇଥିଲେ । ଯୋଗେଶଙ୍କ ବୟସ ୨୦ ।

LEAVE A REPLY

Please enter your comment!
Please enter your name here