ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ କଳି । ନ୍ୟାୟ ମାଗିଲେ ସାଂସଦ ଅନୁଭବ ମହାନ୍ତି । ଅନୁଭବ-ବର୍ଷା ବିବାଦ ସମ୍ପର୍କିତ ଗତ ୨୦୨୦ ଡିସେମ୍ବର ମାସ ୧୮ ତାରିଖ ରାତି ୧୦ଟା ସମୟର ଏକ ଭିଡିଓ ଟୁଇଟ କରି ନ୍ୟାୟ ମାଗିଲେ । ଅନୁଭବ ଏବଂ ତାଙ୍କ ଅଫିସ କର୍ମଚାରୀଙ୍କ ବିରୁଦ୍ଧରେ ରୁଜୁ ମାମଲା ସମ୍ପର୍କରେ ଟୁଇଟରେ ଉଲ୍ଲେଖ କଲେ । ଘଟଣାକୁ ୧ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ ନ୍ୟାୟ ମିଳିନଥିବାରୁ ଭିଡିଓ ଜାରି କରିଥିବା ଟୁଇଟରେ ସୂଚନା ଦେଇଛନ୍ତି ଅନୁଭବ ମହାନ୍ତି । ସିସିଟିଭି ଭିଡ଼ିଓରେ ଉଭୟ ବର୍ଷା-ଅନୁଭବ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ତାଲା ଆଣି ଚାବି ଖୋଲୁଥିବା ଦେଖିବାକୁ ମିଳିଛି। ଏହାସହ ବର୍ଷା ବାହାରୁ ଘରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟରେ ବର୍ଷାଙ୍କ ସହ ଜଣେ ମହିଳା ମଧ୍ୟ ଉପସ୍ଥିତ ଅଛନ୍ତି।
-ADVERTISEMENT-