ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ । ପାନାମା ପେପର୍ସ ଲିକ୍ ମାମଲାରେ ସମନ କରିଛି ଇଡି । ପୂର୍ବରୁ ମଧ୍ୟ ଏହି ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ଦୁଇ ଥର ଡାକିଥିଲା ଇଡି । ଦୁଇଥର ନୋଟିସକୁ ସ୍ଥଗିତ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ନିବେଦନ କରିଥିଲେ ଐଶ୍ୱର୍ଯ୍ୟା । ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆ ନୋଟିସ ଜାରି କରିଛି । ୨୦୧୬ରେ ଏକ କମ୍ପାନୀର ଲିଗାଲ ଦସ୍ତାବିଜ୍ ଲିକ୍ ହୋଇଥିଲା । ଏହି ଡାଟା ଜର୍ମାନ୍ ନ୍ୟୁଜ୍ ପେପର ପାନାମା ପେପର୍ସ ନାଁରେ ୩ ଏପ୍ରିଲ ୨୦୧୬ରେ ରିଲିଜ୍ କରିଥିଲା । ଏଥିରେ ଭାରତ ସମେତ ୨୦୦ ଦେଶର ରାଜନେତା, ବିଜିନେସ ମ୍ୟାନ୍ , ସେଲିବ୍ରିଟିଙ୍କ ନାଁ ସାମିଲ ଥିଲା । ଏମାନଙ୍କ ଉପରେ ବେଆଇନ୍ ଅର୍ଥ କାରବାର ଅଭିଯୋଗ ହୋଇଥିଲା । ଏଥିରେ ୧୯୭୭ରୁ ୨୦୧୫ ଶେଷ ପର୍ଯ୍ୟନ୍ତ ତଥ୍ୟ ଦିଆଯାଇଥିଲା । ଏହି ଲିଷ୍ଟରେ ୩ ଶହ ଭାରତୀୟଙ୍କ ନାଁ ମଧ୍ୟ ସାମିଲ ଥିଲା । ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅଭିଷେକ ବଚ୍ଚନ ଓ ଅଜୟ ଦେବଗନଙ୍କ ନାଁ ବି ରହିଥିଲା ।

LEAVE A REPLY

Please enter your comment!
Please enter your name here