ନ୍ୟୁଡ କଲରୁ ଆତ୍ମହତ୍ୟା I ଲୋକଲଜ୍ଜା ଭଯରେ ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବରଗଡ ଜିଲ୍ଲା ବରପାଲିସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ର I ଆଜି ସୋନପୁର ଏସପି ଅମରେଶ ପଣ୍ଡା ଏହି ସୂଚନା ଦେଇଛନ୍ତି I

ଗତ ଅଗଷ୍ଟ ମାସରେ ଆତ୍ମହତ୍ୟା କରିଥିଲେ ବ୍ୟାଙ୍କ ମ୍ୟାନେଜର ଦିବ୍ୟରଂଜନ ମିଶ୍ର I ଆତ୍ମହତ୍ୟାର କାରଣ ସଂପର୍କରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ I ସୋନପୁର ଏସପି ଦେଇଥିବା ସୂଚନା ଅନୁଯ଼ାୟୀ, ରାଜସ୍ଥାନର ଏକ ଗ୍ୟାଙ୍ଗ ଦ୍ବାରା ନ୍ୟୁଡ କଲର ଶୀକାର ହୋଇଥିଲେ ଦିବ୍ୟରଂଜନ I ରାଜସ୍ଥାନର ଏହି ଗ୍ୟାଙ୍ଗ ଦିବ୍ୟରଂଜନଙ୍କୁ ପ୍ରଥମେ ନ୍ୟୁଡ୍ କଲ୍ କରିବା ପରେ ବ୍ଲାକମେଲ୍ କରିବା ଆରମ୍ଭ କରିଦେଇଥିଲେ I
ନ୍ୟୁଡ୍ ଭିଡିଓ ଭାଇରାଲ କରିଦେବା ଧମକ ଦେଖାଇ ଏହି ଗ୍ୟାଙ୍ଗ ଦିବ୍ୟରଂଜନଙ୍କଠୁ 40 ଥରରେ 26 ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ I ଦିବ୍ୟରଂଜନ ସେମାନଙ୍କ ଆକାଉଣ୍ଟକୁ ଅନଲାଇନରେ ଏହି ଟଙ୍କା ପଠାଇଥିଲେ I ଏହା ପରେ ବି ସେମାନେ ଦିବ୍ୟରଂଜନଙ୍କ ପିଚ୍ଛା ଛାଡି ନ ଥିଲେ I ସେହି ଗ୍ୟାଙ୍ଗର ସଦସ୍ୟ ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ଦିବ୍ୟରଜନଙ୍କୁ ଧମକ ଦେଇଥିଲେ I ନ୍ୟୁଡ ଭିଡିଓ ଭାଇରାଲ ହେବା ଭୟରେ ଶେଷରେ ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ ସେ I

ଏହି ଘଟଣାରେ ସୋନପୁର ପୋଲିସ ରାଜସ୍ଥାନ ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିଛି I ଗ୍ୟାଙ୍ଗରେ ଗୋଟିଏ ପରିବାରର ମୋଟ ପାଞ୍ଚଜଣ ସଦସ୍ୟ ସଂପୃକ୍ତ ଥିବା ଜଣାପଡିଛି I ବ୍ଲାକମେଲ ଟଙ୍କାରେ ସେମାନେ ଏକ କାର୍ କିଣିଥିବା ବେଳେ ପୋଲିସ କାର୍ ଜବତ କରିଛି I

LEAVE A REPLY

Please enter your comment!
Please enter your name here