ନକଲି କୋଭିସିଲ୍ଡ ଟିକାକୁ ନେଇ ଏବେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ । ନକଲି କୋଭିସିଲ୍ଡ ଟିକାକୁ ଚିହ୍ନଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ନକଲି କୋଭିସିଲ୍ଡ ଟିକା ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ନକଲି ଟିକା ଉପରେ ସଜାଗ ରହିବାକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦିପ୍ତ କୁମାର ମହାପାତ୍ର । ତେବେ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନ, ସିଡିଏମଓଙ୍କୁ ଚିଠି ଲେଖାଯାଇଛି । ଅଣ ସିକୃତି ପ୍ରାପ୍ତ ଘରୋଇ ହସ୍ପିଟାଲରେ ନକଲି ଟିକା ଦେଉଛନ୍ତି । ଲୋକଙ୍କ ଘର ପାଖ ଟିକା କେନ୍ଦ୍ର କହି ସେଠାକୁ ଆସିବାକୁ କହୁଛନ୍ତି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ ରହିଛି । ନକଲି କୋଭିସିଲ୍ଡ ଟିକା ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାରେ ଚିହ୍ନଟ ହୋଇଛି ।

LEAVE A REPLY

Please enter your comment!
Please enter your name here