ଖରାଦିନ ଆସିଲେ ମନେପଡେ ସେହି ପଖାଳ କଥା. ଖରା ଯେତିକି ବଢି ବଢି ଚାଲିଥାଏ ପଖାଳ କଂସାର ଚାହିଦା ମଧ୍ୟ ସେତିକି ବଢିଥାଏ. ସେହି ସମୟରେ ଦହି ଛୁଙ୍କ ପଖାଳ ସାଙ୍ଗକୁ ବଡିଚୁରା, ମାଛ ଭଜା, ଛୁଇଁ ଭଜା, ଶାଗ ଭଜା ଇତ୍ୟାଦି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି. ସେଥିପାଇଁ ପ୍ରତିବର୍ଷ ମାର୍ଚ୍ଚ 20 ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରିଯାଏ. କାହିଁ କେଉଁ ଯୁଗରୁ ଚାଲି ଆସିଥିବା ଏହି ପଖାଳ ଆଜି ବି ରହିଛି. ମାତ୍ର ଆଜିର ଆଧୁନିକ ଯୁଗରେ ସମସ୍ତେ ନୂଆ ନୂଆ ଖାଦ୍ୟକୁ ପସନ୍ଦ କରୁଛନ୍ତି. ଯାହାଭିତରେ ମୋମୋ, ବରଗର,ପିଜ୍ଜା ଭଳି ଖାଦ୍ୟ ରହିଛି. ତେବେ ଯିଏ ଯେତେ ଏହି ଖାଦ୍ୟ ଖାଇଲେ ମଧ୍ୟ ପଖାଳ କଂସାଠୁ ଆଗକୁ ଯାଇପାରିବେ ନାହିଁ. ବୁଲି ବୁଲି ସେହି ପଖାଳ ତୋରାଣିରେ ହିଁ ସମସ୍ତଙ୍କୁ ଶାନ୍ତି ମିଳେ. ଦହିରେ ଆମ୍ବକଷିଆ ଅଦା ଛୁଙ୍କ ସହ ବଡିଚୁରା ହୋଇଗଲେ କଥା ସରିଲା. ଏଥିରୁ ଯେଉଁ ଶାନ୍ତି ମିଳେ ତାହା ଆଉ କୌଣସି ଖାଦ୍ୟରୁ ମିଳେନାହିଁ. ଆଧୁନିକ ଯୁଗରେ ପଖାଳର ଚାହିଦା ଏତେମାତ୍ରାରେ ବଢିଗଲାଣି ଯେ, ବଡ ବଡ ତାରକା ହୋଟେଲରେ ମଧ୍ୟ ଗ୍ରାହକଙ୍କ ପାଇଁ ପଖାଳ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି. କହିବାକୁ ଗଲେ ଖାଲି ଭାରତ ନୁହେଁ, ବରଂ ଭାରତ ବାହାରେ ମଧ୍ୟ ପଖାଳର ଲୋକପ୍ରିୟତା ବଢିଗଲାଣି.

LEAVE A REPLY

Please enter your comment!
Please enter your name here