ମହାମାରୀ କରୋନା ଚିକିତ୍ସା ନେଇ ନୂଆ ଆଶା । ଷ୍ଟେରଏଡ ବ୍ୟବହାର କରି ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇହେବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ଉତ୍ସାହଜନକ ତତ୍ୟ କରୋନା ମହାମାରୀ ଲଢେଇରେ ବେଶ୍ ଫଳପ୍ରଦ ହୋଇପାରେ । ଅନ୍ତର୍ଜାତୀୟ ଖବର କାଗଜ ଦି ଗାର୍ଡିଏନରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଷ୍ଟେରଏଡ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି । ଏହି ସଂସ୍ଥା ତରଫରୁ କୁହାଯାଇଛି ଯେ, ଜୁନରେ ହୋଇଥିବା ପରୀକ୍ଷା ନୀରିକ୍ଷା ଓ ଅକ୍ସଫୋର୍ଡ ୟୁନିଭରସିଟିର ଗବେଷଣାରୁ ଜଣାପଡିଛି ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଡେକ୍ସାମିଥୋସନ ନାମକ ଏକ ଷ୍ଟେରଏଡ ଦେଇ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିଛି । ଆଉ ଏକ ଔଷଧ ହାଇଡ୍ରୋ କୋର୍ଟିସନ ଦ୍ୱାରା ମଧ୍ୟ ରୋଗୀର ଜୀବନ ରକ୍ଷା ହୋଇପାରିବ । ଆମେରିକାର ମେଡିକାଲ ଆସୋସିଏସନ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଷ୍ଟେରଏଡ ବ୍ୟବହାର ଦ୍ୱାରା କୋଭିଡ ରୋଗୀଙ୍କ ମୃତ୍ରୁ ଆଶଙ୍କାକୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ । ଷ୍ଟେରଏଡ ବ୍ୟବହାରକୁ ନେଇ ଫ୍ରାନ୍ସ, ବ୍ରାଜିଲ ସହିତ ବହୁ ଦେଶରେ ଏହି ପରୀକ୍ଷା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here