ସବୁ ଚର୍ଚ୍ଚାର ସମାପ୍ତ ହୋଇଛି. ବିଜେଡିରୁ ଇସ୍ତଫା ଦେବାପରେ ବିଜେପିରେ ଯୋଗ ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ. ବିଜେପି ନେତା କେଭି ସିଂଦେଓଙ୍କ ଘରେ ଆୟୋଜିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ପ୍ରତ୍ୟୁଷା ବିଜେପିରେ ଯୋଗ ଦେଇଛନ୍ତି. ତେବେ ବିଜେଡିରୁ ଟିକଟ ନ ମିଳିବାରୁ ଅସନ୍ତୋଷ ବ୍ୟକ୍ତ କରି ସେ ଗତ 20 ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ. ଦଳ ତାଙ୍କୁ ଅଣଦେଖା କରିଛି ଓ ଅରୁଣ ସାହୁ ତାଙ୍କୁ ହଇରାଣ କରିଥିବା ମଧ୍ୟ ସେ କହିଥିଲେ. ପ୍ରତ୍ୟୁଷାଙ୍କ ଇସ୍ତଫା ପରେ ସେ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା ଏବଂ ଦୁଇଦିନ ତଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏନେଇ ସୂଚନା ଦେଇଥିଲେ. ମାତ୍ର ଏବେ ସବୁ ଓଲଟି ଗଲା. କଂଗ୍ରେସ ପରିବର୍ତ୍ତେ ବିଜେପିରେ ଯୋଗ ଦେଲେ ପ୍ରତ୍ୟୁଷା. ଏହାକୁ ନେଇ ଏବେ କଂଗ୍ରେସର ସମସ୍ତ ଆଶା ମଉଳି ଯାଇଛି. ତେବେ ପ୍ରତ୍ୟୁଷା କନ୍ଧମାଳରୁ ନିର୍ବାଚନ ଲଢିପାରନ୍ତି ବୋଲି ସୂଚନା ମିଳିଛି.

 

LEAVE A REPLY

Please enter your comment!
Please enter your name here