ରାୟଗଡା ଜିଲ୍ଲାରେ ଏଟିଏମ ଲୁଟେରାଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି. ଗତ କିଛି ଦିନ ପୂର୍ବେ ମଧ୍ୟ ଏସବିଆଇ ଏଟିଏମ ଲୁଟିଥିଲେ ଦୁର୍ବୃତ୍ତ. କିଛି ନିଜର ନିରବତା ପରେ ପୁଣି ଆତଙ୍କ ଖେଳାଇଛନ୍ତି ଏଟିଏମ ଲୁଟେରା. ଗତକାଲି ବିଳମ୍ବିତ ରାତିରେ ରାୟଗଡାସ୍ଥିତ ଚାନ୍ଦିଲି ଥାନା ନିକଟରେ ଥିବା ଏସବିଆଇ ଏଟିଏମରେ କଳାକନା ବୁଲାଇଛନ୍ତି ଲୁଟେରା. ଏଟିଏମ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି ଲୁଟେରା. ଥାନା ପାଖରେ ଏଟିଏମ ଥାଇ ମଧ୍ୟ ଲୁଟେରା କିପରି ଏହି ଲୁଟ କଲେ ଏବଂ ପୋଲିସ କିଭଳି ଏ ବିଷୟରେ ଜାଣିପାରିଲା ନାହିଁ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି.

 

LEAVE A REPLY

Please enter your comment!
Please enter your name here