ମଙ୍ଗଳବାର ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ. ପ୍ରତିବର୍ଷ ମାଘ ଶୁକ୍ଳ ସପ୍ତମୀରେ ବୁଡ ପକାଇବା ପାଇଁ ପୁରୀ ଓ ଚନ୍ଦ୍ରଭାଗାରେ ଭକ୍ତଙ୍କ ଭିଡ ଲାଗିଥାଏ. ଏହି ଦିନ ସୂର୍ଯ୍ୟଙ୍କ ପହିଲି କିରଣ ଦେଖି ଶ୍ରଦ୍ଧାଳୁମାନେ ବୁଡ ପକାଇଥାନ୍ତି. ବିଶ୍ୱାସ ରହିଛି, ମାଘ ସପ୍ତମୀରେ ସୂର୍ଯ୍ୟ ଦେବଙ୍କୁ ସ୍ମରଣ କରି ବୁଡ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ. ଅନ୍ୟପଟେ ମାଘ ସପ୍ତମୀ ଅବସରରେ ମଙ୍ଗଳବାରଠୁ ଖଣ୍ଡଗିରି ମେଳା ଆରମ୍ଭ ହେଉଛି. ଏହି ସମୟରେ ବିଭିନ୍ନ ସାଧୁସନ୍ଥ ଏଠାକୁ ଆସିଥାନ୍ତି ଓ ହୋମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥାଏ.

LEAVE A REPLY

Please enter your comment!
Please enter your name here