ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଭୁବନେଶ୍ୱର ଜେଏମଏଫସି-3 ଅର୍ଚ୍ଚନାଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଏନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅକ୍ଷୟ ଅର୍ଚ୍ଚନାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁଇ ଥର ଡାକି ଜେରା କରିସାରିଛି । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟରେ ଆବେଦନ କରିପାରେ ବୋଲି ସୂଚନା ମିଳୁଛି।

ସେମାନଙ୍କୁ ରିମାଣ୍ଡରେ ନେଲେ କିପରି ଜେରା କରାଯିବ ସେନେଇ ତଦନ୍ତକାରୀ ସଂସ୍ଥା ସବୁ ହୋମଓ୍ୱାର୍କ କରିଛି। ଏହି ମାମଲାରେ ଇଡି କରିଥିବା ୧୫ ଜଣିଆ ତାଲିକାରୁ ୫ ଜଣଙ୍କୁ ଜେରା କରିସାରିଲାଣି। ଗତକାଲି ଏହି ତାଲିକା ମୁତାବକ ସିନେ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ୧୨ ଘଂଟା ଧରି ପଚରାଉଚରା କରିଥିଲା ଇଡି।

LEAVE A REPLY

Please enter your comment!
Please enter your name here