ଆଉ ନାହାଁନ୍ତି ଓଡିଆ ଅଭିନେତା ବିରାଜ ଦାସ । ୬୩ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ବିରାଜଙ୍କ ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି କ୍ୟାନସର ସହ ସଂଗ୍ରାମ କରୁଥିଲେ ବିରାଜ । କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ସେ ଦୀର୍ଘ ୪ ମାସ ଧରି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗ ଫିଲ୍ମ ଜଗତ ପାଇଁ ଅପୂରଣୀୟ କ୍ଷତି ।