ଜୁଲାଇ 7 ତାରିଖରେ ଦେଶସାରା ଧର୍ମଘଟର ଡାକରା ଦେଇଛି ପରିବହନ କର୍ମଚାରୀ ମହାସଂଘ । ବନ୍ଦ ଡାକରା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଜନସାଧାରଣ । ସକାଳୁ ପ୍ରାୟ ସବୁ ଅଟୋ, କାର, ବସ ଓ ଟ୍ରକ ଚଳାଚଳ ବନ୍ଦ ରହିଥିଲା । ଯାନବାହନ ଚଳାଚଳ ବନ୍ଦ ରହିବାରୁ ଛାତ୍ରଛାତ୍ରୀମାନେ ତଥା ସାଧାରଣ ଯାତ୍ରୀମାନଙ୍କୁ ହଟହଟା ହେବାକୁ ପଡିଛି ।

ମୋଟର ଯାନ ଆଇନ 1988ର ସଂଶୋଧନ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା । ପରିବହନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ବିରୋଧ କରି ସର୍ବଭାରତୀୟ ପରିବହନ କର୍ମଚାରୀ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା । ନିଖିଳ ଓଡ଼ିଶା ପରିବହନ କର୍ମଚାରୀ ସଂଘ ଏହି ଧର୍ମଘଟକୁ ସମର୍ଥନ କରି ରାଜ୍ୟବ୍ୟାପି 24 ଘଣ୍ଟିଆ ବନ୍ଦ ଡାକରା ଦେଇଛି ।

 

 

 

LEAVE A REPLY

Please enter your comment!
Please enter your name here