ଏଣିକି ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବସିକି ଖାଇପାରିବେନି ଲୋକେ । କେବଳ ରେଷ୍ଟୁରାଣ୍ଟରୁ ଖାଇବା ପାର୍ସଲ ନେଇପାରିବେ କିମ୍ବା ହୋମ ଡେଲିଭରି କରିପାରିବେ । କେଜ୍ରିୱାଲ ସରକାର ଏହି ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ସୁନାମି ପରି ମାଡି ଚାଲିଛି କରୋନା ଲହର । ଦିଲ୍ଲୀରେ ଏବେ ସପ୍ତାହାନ୍ତ ସଟଡାଉନ୍ ଏବଂ ନାଇଟ କର୍ଫ୍ୟୁ ବଳବତ୍ତର ରହିଛି । କିନ୍ତୁ ଦ୍ରୁତ ଗତିରେ ମାଡୁଥିବା କରୋନା ସଙ୍କ୍ରମିତଙ୍କୁ ଦେଖି ସରକାରଙ୍କ ଚିନ୍ତା ବଢିଯାଇଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରୁ ୨୨,୭୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭ ଲୋକଙ୍କର କରୋନାରେ ଜୀବନ ଯାଇଛି । ସେହିପରି ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀମାନେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରାୟ ୩୦୦ରୁ ଅଧିକ ପୋଲିସ କର୍ମଚାରୀ କରୋନାରେ ସଙ୍କ୍ରମିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here