ପହଲଗାମ ଆତଙ୍କୀ ହମଲାକୁ ଆସନ୍ତାକାଲି ବର୍ଷେ ପୂରିବ । ବର୍ଷେ ପୂରିବାର ଗୋଟଏ ଦିନ ପୂର୍ବରୁ ଭାରତୀୟ ସେନା ଟୁଇଟ୍ କରି ବଡ ବୟାନ ଦେଇଛନ୍ତି । ଭାରତୀୟ ସେନା କହିଛି, ଯେବେ ମଣିଷତ୍ୱର ସୀମା ଉଲ୍ଲଂଘନ ହୁଏ ତେବେ ଜବାବ ଦେବା ନିର୍ଣ୍ଣାୟକ ହୋଇଯାଏ । ଭାରତ କିଛି ଭୁଲେ ନାହିଁ । ନ୍ୟାୟ ମିଳି ଯାଇଛି । ଭାରତ ଏକଜୁଟ ଅଛି । ଉଲ୍ଲେଖନୀୟ ପହଲଗାମର ଅତି ମନୋହର ବୈସରନ ଉପତ୍ୟକାରେ ଏପ୍ରିଲ ୨୨ରେ ହସଖୁସିର ମାହୋଲ ଅଚାନକ କାନ୍ଦ ବୋବାଳି ଓ ଚିତ୍କାରରେ ପରିଣତ ହୋଇଥିଲା । ଆତଙ୍କବାଦୀ ଧର୍ମ ପଚାରି ପଚାରି ହିନ୍ଦୁ ଲୋକଙ୍କୁ ହତ୍ୟା କରି ଚାଲିଥିଲେ । ୨୦୨୫ ଏପ୍ରିଲ ୨୨ରେ ଯାହା ସମସ୍ତ ହିନ୍ଦୁଙ୍କ ହୃଦୟକୁ ଥରାଇ ଦେଇଥିଲା । ଆତଙ୍କବାଦୀ ସେହି ହମଲାରେ ୨୬ ଜଣଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ । ଅନେକଙ୍କ ଘର ପରିବାର ଉଜାଡି ଦେଲେ ଆତଙ୍କୀ ।

LEAVE A REPLY

Please enter your comment!
Please enter your name here