ଲଣ୍ଡନରେ ରହିବା ପାଇଁ ସ୍ବପ୍ନ ଦେଖିଥିଲେ । ପିଲାଙ୍କ ପାଠପଢା, କ୍ୟାରିୟର ସବୁ ଲଣ୍ଡନରେ କରିବା ପାଇଁ ଯୋଜନା କରିଥିଲେ । ବହୁ କଷ୍ଟରେ ଡାକ୍ତର ପତ୍ନୀଙ୍କୁ ବି ମନାଇଥିଲେ । ହେଲେ ନିୟତିର ନିଷ୍ପତ୍ତି କିଛି ଭିନ୍ନ ଥିଲା । ରାଜସ୍ଥାନର ଡାକ୍ତର ପ୍ରତୀକ ଯୋଶୀ, ପତ୍ନୀ ଡାକ୍ତର କୋମି ବ୍ୟାସ ଏବଂ ତାଙ୍କ ଦୁଇ ପୁଅ ଓ ଝିଅ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଗତ ଛ ବର୍ଷ ଧରି ଲଣ୍ଡନରେ ରହୁଥିଲେ ଡାକ୍ତର ପ୍ରତୀକ ଯୋଶୀ । କିନ୍ତୁ ପରିବାର ସହ ଲଣ୍ଡନରେ ସେଟେଲ ହେବାକୁ ଚାହିଁଥିଲେ । ଦୁଇଦିନ ତଳେ ତାଙ୍କ ଡାକ୍ତର ପତ୍ନୀ ବି ଚାକିରୀରୁ ଇସ୍ତଫା ଦେଇଥିଲେ । ସମସ୍ତେ ଲଣ୍ଡନ ଅଭିମୁଖେ ବାହାରିଥିଲେ । ଏୟାରଇଣ୍ଡିଆ ଫ୍ଲାଇଟରେ ଡାକ୍ତର ଯୋଶୀ ପରିବାର ସହ ସେଲଫି ବି ନେଇଥିଲେ । ମାତ୍ର କିଏ ଜାଣିଥିଲା, ସେମାନଙ୍କ ଏ ସେଲଫି ଜୀବନର ଶେଷ ସେଲଫି ହେବ । ଲଣ୍ଡନରେ ପରିବାର ସହ ରହିବାର ସ୍ବପ୍ନ ନିମିଷକ ମଧ୍ୟରେ ପାଉଁଶ ହୋଇଯିବ ।
ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଏମିତି ଅନେକ ଦୁଃଖଦ କାହାଣୀ ଏବେ ସାମନାକୁ ଆସୁଛି ।