ପାକିସ୍ତାନରେ ଶେହବାଜ ସରିଫଙ୍କ ସରକାର ଅସ୍ଥିରତାର ସମ୍ମୁଖୀନ ହେଉଛି। ନେପାଳ ଓ ବାଂଲାଦେଶ ପରି ପାକିସ୍ତାନରେ ମଧ୍ୟ ରାଜନୈତିକ ଅସନ୍ତୋଷ ବଢ଼ି ଚାଲିଛି। ଦେଶର ଶିକ୍ଷା ବ୍ୟବସ୍ଥା ସୁଧାର ଦାବିରେ ଯୁବପୀଢ଼ି ରାସ୍ତାରେ ଆନ୍ଦୋଳନ ଆରମ୍ଭକରିଛନ୍ତି। ଗତ କିଛି ଦିନ ତଳେ ପାକ୍ ଅଧିକୃତ କାଶ୍ମୀରରେ ମଧ୍ୟ ଯୁବବର୍ଗ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହି ନିଆଁ ଏବେ ପାକିସ୍ତାନକୁ ବ୍ୟାପିଛି । ଆରମ୍ଭରୁ ଏହି ବିରୋଧ ବଢୁଥିବା ଫି’ ଓ ମୂଲ୍ୟାଙ୍କନ ପକ୍ରିୟା ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ରୂପରେ ଆରମ୍ଭ ହୋଇଥିଲା, କିନ୍ତୁ ଏବେ ଏହା ଶେହବାଜ ସରିଫ୍ ସରକାରଙ୍କ ବିରୋଧରେ ଏକ ବଡ଼ ଆନ୍ଦୋଳନରେ ପରିବର୍ତ୍ତନ ହୋଇଛି। ଏହି ଆନ୍ଦୋଳନ ଅଧିକୃତ ଅଞ୍ଚଳରେ ପାକିସ୍ତାନ ପ୍ରତି ଯୁବପୀଢିଙ୍କ ଗଭୀର ଅସନ୍ତୋଷକୁ ଦର୍ଶାଉଛି।ବିରୋଧ ପ୍ରଦର୍ଶନ ଚଳିତ ମାସ ଆରମ୍ଭରୁ ହୋଇଥିଲା, ଯାହାକି ଶାନ୍ତିପୂର୍ଣ୍ଣ ଥିଲା। କିନ୍ତୁ ସ୍ଥିତି ସେତେବେଳେ ଖରାପ ହୋଇଥିଲା, ଯେତେବେଳେ ଅଜଣା ବନ୍ଧୁକଧାରୀ ଛାତ୍ରଙ୍କର ଏକ ଗ୍ରୁପ ଉପରକୁ ଗୁଳିମାଡ଼ କରିଥିଲା।ଯେଉଁଥିରେ ଜଣେ ଛାତ୍ର ଆହତ ହୋଇଯାଇଥିଲେ।ମୁଜଫରାବାଦରେ ଜଣେ ବ୍ୟକ୍ତି ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ କରିବା ପରେ ପୁରା ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଏହି ଘଟଣା ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଘଟିଥିଲା। ଏହାପରେ ଆନ୍ଦୋଳନ ତୀବ୍ର ରୁପ ନେଇଥିଲା। ଅସନ୍ତୁଷ୍ଟ ଛାତ୍ର ଟାୟାର ଜାଳିବା ସହ ଭଙ୍ଗାରୁଜା କରିଥିଲେ।

LEAVE A REPLY

Please enter your comment!
Please enter your name here