ଦିଲ୍ଲୀ ବ୍ୟୁରୋକ୍ରାଟଙ୍କ ନିଯୁକ୍ତି ଓ ବଦଳିକୁ ନେଇ କେନ୍ଦ୍ର ସରକାରଙ୍କ ଅର୍ଡିନାନ୍ସ ବିରୋଧୀ ଅଭିଯାନରେ ସାମିଲ ହେବ କଂଗ୍ରେସ । ପୂର୍ବରୁ କଂଗ୍ରେସକୁ ଛାଡି ଅନ୍ୟ ସମସ୍ତ ବିରୋଧୀ ଦଳ ଆପକୁ ଅର୍ଡିନାନ୍ସ ବିରୋଧୀ ଅଭିଯାନରେ ସମର୍ଥନ କରିଥିଲେ । ଆଜି କଂଗ୍ରେସ ଅର୍ଡିନାନ୍ସ ବିରୋଧୀ ଲଢେଇରେ ଆପକୁ ସମର୍ଥନ କରିବ ବୋଲି ଘୋଷଣା କରିବାର କିଛି ଘଣ୍ଟା ପରେ ଆପ୍ ଆସନ୍ତାକାଲି ବେଙ୍ଗାଲୁରରେ ହେବାକୁ ଥିବା ବିରୋଧୀ ସମାବେଶରେ ସାମିଲ ହେବ ବୋଲି ଘୋଷଣା କରିଛି । ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ବଳ ସଂଗ୍ରହ କରୁଛନ୍ତି ବିରୋଧୀ । ଗତ ଜୁନ 23ରେ ବିହାର ରାଜଧାନୀ ପାଟନାରେ ବିରୋଧୀ ଏକାଠି ହୋଇଥିଲେ । ଆସନ୍ତାକାଲି ବେଙ୍ଗାଲୁରରେ ବିରୋଧୀ ଶକ୍ତି ପ୍ରଦର୍ଶନ କରିବେ ।

LEAVE A REPLY

Please enter your comment!
Please enter your name here