ଆତଙ୍କବାଦୀଙ୍କ ଆଡ୍ଡା କୁହାଯାଉଥିବା ପାକିସ୍ତାନ ସବୁବେଳେ ବଡ ବଡ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଇଆସିଛି. ବାରମ୍ବାର ପ୍ରମାଣର ବାହାନା ଦେଖାଇ ଖସିଯିବାକୁ ଚେଷ୍ଟା କରୁଥିଲା ପାକିସ୍ତାନ. ମାତ୍ର ଏବେ ଚାରିପଟୁ ଚାପ ପଡିବାରୁ ପ୍ରଥମଥର ପାଇଁ  ପାକିସ୍ତାନ ବୈଦେଶିକ ମନ୍ତ୍ରୀ  ଶେହ ମେହମ୍ମଦ କ୍ୟୁରେସି ମାନିଛନ୍ତି ଯେ, ‘ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ଏବେ ପାକିସ୍ତାନରେ ଅଛି ଏବଂ ମୋତେ ମିଳିଥିବା ସୂଚନା ଅନୁଯାୟୀ, ସେ ଏବେ ଅସୁସ୍ଥ ଅଛି, ଏମିତିକି ସେ ଘରୁ ବାହାରିପାରୁନାହିଁ’. ଏଥିରୁ ଅନୁମାନ କରାଯାଇପାରେ ଯେ, ଆତଙ୍କବାଦ ବିରୋଧରେ ଯେତେବେଳେ ସମଗ୍ର ବିଶ୍ୱ ପାକିସ୍ତାନ ଉପରେ ଚାପ ପକାଉଛନ୍ତି, ସେହି ସମୟରେ ପାକିସ୍ତାନ ଏହି କଥା ମାନିଛି. ମାସୁଦ ପାଇଁ ପାକିସ୍ତାନ ସବୁବେଳେ ରକ୍ଷା କବଚ ପାଲଟିଥିବା ବେଳେ ବହୁ ବର୍ଷ ଧରି ଭାରତ ଓ ଆମେରିକା ଏହାର ବିରୋଧ କରିଆସୁଥିଲେ. ଅନ୍ୟପଟେ ମାସୁଦର ଗିରଫକୁ ନେଇ କ୍ୟୁରେସି କହିଛନ୍ତି ଯେ, ଭାରତ ମାସୁଦ ବିରୋଧରେ ପ୍ରମାଣ ଦେଲେ ନିହାତି ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ.

LEAVE A REPLY

Please enter your comment!
Please enter your name here