ପେଟରେ 150ଟି ଜିଆ କଥା ଶୁଣି ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ କଥା.ହେଲେ କଥାଟି ସତ.ଏପରି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଉତ୍ତରପ୍ରଦେଶର ଚାନ୍ଦଉଳୀ ଜିଲ୍ଲାରେ ଦେଖିବାକୁ ମିଳିଛି. 22 ବର୍ଷର ନେହା ବେଗମ ନାମକ ଝିଅର ପେଟରେ 1 ମାସ ଧରି ବହୁ ଯନ୍ତ୍ରଣା ହେବା ସହ ବାନ୍ତି ମଧ୍ୟ ହେଉଥିଲା. ହସ୍ପିଟାଲ ଯିବା ପରେ ଡକ୍ଟର ଅଲଟ୍ରାସାଉଣ୍ଡ ପାଇଁ କହିଥିଲେ, ଅଲଟ୍ରାସାଉଣ୍ଡ ପରେ ଡକ୍ଟର ଯାହା ଦେଖିଲେ ତାକୁ ସେ ନିଜେ ବି ବିଶ୍ୱାସ କରିପାରିଲେ ନାହିଁ. ତାଙ୍କ  ପେଟରେ ଅଧିକ ସଂଖ୍ୟକ  ଜିଆ ଥିବାର ଜଣା ପଡିଥିଲା ଓ ଅସ୍ତ୍ରୋପଚାର ପରେ ପାଖାପାଖି 150ଟି ଜିଆ ବାହାରିଥିଲା. ଏହାକୁ ନେଇ ଡକ୍ଟର ଆନନ୍ଦ ପ୍ରସାଦ କହିଛନ୍ତି ସେ ଆଗରୁ କେବେବି ଏଭଳି ଦୃଶ୍ୟ ଦେଖିନାହାନ୍ତି. ଯଦି ଠିକ୍ ସମୟରେ ଅପରେସନ ହୋଇନଥାନ୍ତା ତାହାଲେ ଏହା ବ୍ରେନକୁ ଚାଲିଯାଇଥାନ୍ତା. ଯେତେବେଳେ ଆମେ ପରିବା ଖାଇଥାଉ ଏହାକୁ ଭଲଭାବେ ଧୋଇବା ଜରୁରୀ ବୋଲି ସେ କହିଛନ୍ତି. କାରଣ ପରିବାରେ ହିଁ ଜିଆର ଅଣ୍ଡା ରହିଥାଏ ଏବଂ ଏହା ଏତେ ଛୋଟ ଯେ ଖାଲି ଆଖିକୁ ଦେଖାଯାଏ ନାହିଁ. ସେଥିପାଇଁ ରାନ୍ଧିବା ପୂର୍ବରୁ ପରିବାକୁ ସଫା ପାଣିରେ ଭଲ ଭାବରେ ଧୋଇବା ଉଚିତ୍.

LEAVE A REPLY

Please enter your comment!
Please enter your name here