ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆଜି ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଂଚ . ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ବିରୋଧରେ ୬୫ପୃଷ୍ଠା ସମ୍ବଳିତ ଚାର୍ଜସିଟରେ ପ୍ରାୟ ୭୬ ଜଣକ ସାକ୍ଷୀ ଗ୍ରହଣ କରାଯାଇଛି । ପାଟଣାଗଡ ଥାନାରେ ଚାର୍ଜସିଟ ଦାଖଲ ହୋଇଛି । ପୁଞ୍ଜିଲାଲ ବିରୋଧରେ ସମସ୍ତ ଚାର୍ଜସିଟ ଦାଖଲ କରାଯାଇଥିବା କ୍ରାଇମବ୍ରାଂଚ ଏସପି ଅନିଲ ଦା ସୂଚନା ଦେଇଛନ୍ତି । ୭୬ଜଣ ସାକ୍ଷ୍ୟ ଗ୍ରହଣ କରାଯିବା ସହ ପୁଞ୍ଜିଲାଲ ଘରୁ ମିଳିଥିବା ସମସ୍ତ ଜିନିଷକୁ ଲ୍ୟାବ୍ରୋଟୋରିରେ ଯାଂଚ କରାଯାଇଛି । ଦିଲ୍ଲୀ ଓ କଟକ ପ୍ରଫେସରଙ୍କ ଡକାଯାଇ ପୁଞ୍ଜିଲାଲର ସାଇକୋଲୋଜି ଟେଷ୍ଟ ମଧ୍ୟ କରାଯାଇଛି । କିଛିଦିନ ପୂର୍ବରୁ ଜେଲର କଏଦୀମାନଙ୍କୁ ଫେରାର କରେଇବା ପାଇଁ ପୁଞ୍ଜିଲାଲ ସହଯୋଗ କରୁଥିବା ଚର୍ଚ୍ଚା ହୋଇଥିଲା. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଫେବୃୟାରୀ 23 ତାରିଖରେ ବଲାଙ୍ଗିର ପାଟଣାଗଡରେ ପୁଞ୍ଜିଲାଲ ଏକ ଅଭାବନୀୟ କାଣ୍ଡ ଭିଆଇଥିଲା. ଯେଉଁଥିରେ ନବ ବିବାହିତ ସୌମ୍ୟଶେଖର ଓ ରୀମା ପୁଞ୍ଜିଲାଲ ଚକ୍ରାନ୍ତର ଶିକାର ହୋଇଥିଲେ. ନବଦମ୍ପତିଙ୍କୁ ପୁଞ୍ଜିଲାଲ ଉପହାର ସ୍ୱରୂପ ଏକ ପାର୍ସଲ ବୋମା ଗିଫ୍ଟ କରିଥିଲା. ଯାହାକୁ ଖୋଲିବା ପରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା ପ୍ରାଣ ହରାଇଥିଲେ. । ଘଟଣାର ତଦନ୍ତ ତିନି ଜଣିଆ କ୍ରାଇମବ୍ରାଂଚ କରିବା ସହ ଅଗଷ୍ଟରେ ମାମଲର ଅନ୍ତରୀଣ ଚାର୍ଜସିଟ ଦାଖଲ କରିଥିଲା କ୍ରାଇମବ୍ରାଂଚ ।














