ଲାଲବାହିନୀ ଦେଇଛନ୍ତି ‘ଭାରତ ବନ୍ଦ’ ଡାକରା. ‘ଭାରତ ବନ୍ଦ’ ଡାକରାକୁ ସଫଳ କରାଇବା ପାଇଁ ସେମାନେ ବିଭିନ୍ନ ସ୍ଥାନରେ ଲଙ୍କାକାଣ୍ଡ ମଧ୍ୟ ଭିଆଇଛନ୍ତି. କନ୍ଧମାଳ ଜିଲ୍ଲାର କୋଟାଗଡ-ବାଲିଗୁଡା ରାସ୍ତା ନିକଟ ବଣ୍ଡାପିପିଲି ଓ ବାଲିଗୁଡା-ଦାରିଙ୍ଗବାଡି ରାସ୍ତା ନିକଟ ପକଳଦାମୀ ଘାଟ ନିକଟରେ ମାଓବାଦୀମାନେ ଗଛ କାଟି ମାଓ ପୋଷ୍ଟର ଲଗାଇଛନ୍ତି. ଫଳରେ ମାଲକାନଗିରି ଜିଲ୍ଲା ଗାଡି ଚଳାଚଳ ବାଧାପ୍ରାପ୍ତ ହେବା ସହ ମାଲକାନଗିରି-ଜୟପୁର ରୋଡରେ ଗାଡି ଚଳାଚଳ ସଂପୂର୍ଣ୍ଣରୂପେ ବନ୍ଦ ରହିଛି. ଅନ୍ୟପଟେ ରାୟଗଡା ଜିଲ୍ଲା ଚାଟିକୋଣା ଡିକେଡିଏ ଅଫିସ ନିକଟରେ ମାଓବାଦୀମାନେ ଉନ୍ମତ୍ତ କାଣ୍ଡ ରଚାଇଛନ୍ତି. ଯାହାକୁ ନେଇ ସେମାନେ ବିଳମ୍ବିତ ରାତିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ମଧ୍ୟ କରିଛନ୍ତି. ଏହାର ଶବ୍ଦ ଏତେ ଥିଲା ଯେ, ଲୋକମାନେ ମଧ୍ୟରାତ୍ରରେ ମଧ୍ୟ ଭୟଭୀତ ହୋଇଯାଇଥିଲେ. ଏହାସହ ସେମାନେ ବିଭିନ୍ନ ଜାଗାରେ ମାଓପୋଷ୍ଟର ଲଗାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନକ୍ସଲ ବିରୋଧୀ ନୀତିକୁ ମଧ୍ୟ ବିରୋଧ କରିଛନ୍ତି. ସେହିପରି ଅପରେସନ ଗ୍ରେହାଉଣ୍ଡ ନାଁରେ ସରକାର 2022 ସୁଦ୍ଧା ନକ୍ସଲ ନିପାତ ପାଇଁ ଉଦ୍ୟମ କରୁଥିବା ମଧ୍ୟ ମାଓ ପୋଷ୍ଟରରେ କୁହାଯାଇଛି.

LEAVE A REPLY

Please enter your comment!
Please enter your name here