ପିଆଜ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ଚାଲାଣ ହେଉଥିଲା ଗଞ୍ଜେଇ । ପିଆଜ ବୋଝେଇ ଟ୍ରକରୁ ଖଇରପୁଟ ପୁଲିସ ୮କ୍ୱିଣ୍ଟାଲ ଓଜନର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ, ରାଜମହେନ୍ଦ୍ରରୁ ରାୟପୁର ଏକ ପିଆଜ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିଲା । ଏହି ଟ୍ରକଟି ମାଲକାନଗିରି ଚିତ୍ରକୋଣ୍ଡା ଦେଇ ଯାଉଥିବା ବେଳେ ପୋଲିସ ଏହାକୁ ଅଟକାଇ ଗଞ୍ଜେଇ ଜବତ କରିଥିଲା । ଏହାସହିତ ଟ୍ରକ୍‌ ଡ୍ରାଇଭର ଦୀପକ ସାହୁ ଓ ହେଲପର ବିଶ୍ୱରଞ୍ଜନ ସାହୁଙ୍କୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here