ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ଚେପୁଲପଡା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ. ରାସ୍ତା ନଥିବା ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ. ଫଳରେ ଖଟିଆରେ ବୁହାହୋଇ ଯିବା ବେଳେ ଅଧା ବାଟରେ ଶିଶୁକୁ ଜନ୍ମ ଦେଲେ ଗର୍ଭବତୀ. ସୂଚନା ଅନୁସାରେ, ଗତକାଲି ଚେପୁଲପଡା ଗାଁର ଧବୁଲୁ ମାଝିଙ୍କ ସ୍ତ୍ରୀ କାନ୍ଦ୍ରି ମାଝିଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା. ଆଶା ଦିଦି ପରିବାର ଲୋକଙ୍କୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ପାଇଁ କହିଥିଲେ. ପରେ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲେ ମଧ୍ୟ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ଆସିପାରିନଥିଲା. ବାଧ୍ୟ ହୋଇ ପରିବାର ଲୋକେ ଖଟିଆରେ ବୁହାଇ ଆଣୁଥିଲେ. ମାତ୍ର ଅଧାବାଟରେ ପ୍ରସୂତି ଜଣକ ଶିଶୁକୁ ଜନ୍ମ ଦେଇଥିଲେ. ପ୍ରାୟ 7 କିମି ଯିବା ପରେ କଦମଗୁଡା ଗାଁରୁ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ.

 

LEAVE A REPLY

Please enter your comment!
Please enter your name here