ଆଜି (ବୁଧବାର) ପାକିସ୍ତାନୀ ସେନା ଜାମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର କେରନ ସେକ୍ଟରରେ ଆଉଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଏହାର କଡ଼ା ଜାବାବ ଦେଇଛନ୍ତି ଭାରତୀୟ ସୁରକ୍ଷା ବାହିନୀ ।
ରାଷ୍ଟ୍ରୀୟ ରାଇଫଲ୍ସର ସୁରକ୍ଷାବାହିନୀ କେରନ ଅଞ୍ଚଳରେ,ସୀମା ସୁରକ୍ଷାକୁ ମଜବୁତ କରିବାକୁ ଏବଂ ନିୟନ୍ତ୍ରଣ ରେଖା ବ୍ଲାଇଣ୍ଡ ସ୍ପଟକୁ ଶେଷ କରିବାକୁ ଅତ୍ୟାଧୁନିକ ସର୍ଭିଲାନ୍ସ କ୍ୟାମେରା ଲଗାଉଥିଲେ । କିନ୍ତୁ ପାକିସ୍ତାନ ସେନା ଏହାକୁ ରୋକିବାକୁ ପ୍ରଥମେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଭାରତୀୟ ସେନା ମଧ୍ୟ ଗୁଳିର ଜବାବ ଦେଇଥିଲା । ଦୁଇ ପକ୍ଷ ମଧ୍ୟରେ କେହି ନିହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ, ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡି କରାଯାଇଛି । ଶୋପିଆନ ଜିଲ୍ଲାରେ ତଲାସୀ ଅଭିଯାନ ବେଳେ ସୁରକ୍ଷା ବାହିନୀ ଏକ ଆଇଇଡି ଉଦ୍ଧାର କରିଛି । ଯାହାକୁ ସୁରକ୍ଷିତ ଭାବରେ ଜବତ କରାଯାଇ ନିଷ୍କ୍ରିୟ କରାଯାଇଛି। ପାକିସ୍ତାନର ଏହି କାର୍ଯ୍ୟକଳାପ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ପାକିସ୍ତାନ ଭାରତ ବିରୁଦ୍ଧରେ କିଛି ଷଡ଼ଯନ୍ତ୍ର କରୁଛି। ପାକିସ୍ତାନର ସେନା ଓ ଗୁଇନ୍ଦା ସଂସ୍ଥା, ଆଇଏସଆଇ, ଏହି ଆକ୍ରମଣ କରିବାରେ ଏହି ଦୁଇଟି ଆତଙ୍କବାଦୀ ସଂଗଠନକୁ ପୂର୍ଣ୍ଣ ସମର୍ଥନ କରୁଛି।ଭାରତୀୟ ସୁରକ୍ଷା ବାହିନୀ ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକର ଷଡ଼ଯନ୍ତ୍ରକୁ ବିଫଳ କରିବା ପାଇଁ ପ୍ରସ୍ତୁତ ଅଛନ୍ତି।












