ମୋଏନ ଅଖତାର କ୍ୟୁରେସି – ସିବିଆଇ ମୁଖ୍ୟଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇ କାମ ହାସଲ କରିବାରେ ସିଦ୍ଧହସ୍ତ ଏହି ଖଳନାୟକ. କ୍ୟୁରେସି ଜଣେ ନୁହେଁ, ତିନି ଜଣ ସିବିଆଇ ମୁଖ୍ୟଙ୍କୁ ଗାଦିଚ୍ୟୁତ କରିବା ପଛରେ କ୍ୟୁରେସିଙ୍କ ଭୂମିକା ଗୁରୁତ୍ବରୂର୍ଣ୍ଣ. ଏବେ ସିବିଆଇ ଡାଇରେକ୍ଟର ଆଲୋକ ବର୍ମାଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯିବା ପଛରେ କ୍ୟୁରେସି ଥିବା ବେଳେ ଏହା ପୂର୍ବରୁ ସିବିଆଇର ଆଉ ଦୁଇଜଣ ଡାଇରେକ୍ଟର ବି ଏହି କ୍ୟୁରେସିଙ୍କ ପାଇଁ ବଳି ପଡିଥିଲେ. ସେମାନେ ହେଲେ ଏ.ପି. ସିଂ ଓ ରଞ୍ଜିତ ସିହ୍ନା. ସିବିଆଇ ପଞ୍ଝାରୁ ଅଭିଯୁକ୍ତଙ୍କୁ ମୁକୁଳାଇବା ପାଇଁ କ୍ୟୁରେସି ଥିଲେ ଏଜେଣ୍ଟ. 2014ରେ ଏହି କ୍ୟୁରେସି ସିବିଆଇ ସ୍କାନରକୁ ଆସିଥିଲେ, ଯେତେବେଳେ ସେ ପନ୍ଦର ମାସ ଭିତରେ 70 ଥର ତତକାଳୀନ ସିବିଆଇ ଡାଇରେକ୍ଟର ରଣଜିତ୍ ସିହ୍ନାଙ୍କ ଘରକୁ 70 ଥର ଯାଇଥିଲେ. ହାଇଦ୍ରାବାଦର ଜଣେ ବ୍ୟବସାୟୀ ସଥିସ ବାବୁ ସାନା ଇଡି ଆଗରେ ଦେଇଥିବା ବୟାନ ଅନୁଯାୟୀ ସେ ତାଙ୍କର ଜଣେ ବନ୍ଧୁଙ୍କୁ ସିବିଆଇ କୋର୍ଟରୁ ଜାମିନରେ ଆଣିବା ପାଇଁ କ୍ୟୁରେସିଙ୍କ ମାଧ୍ୟମରେ ସିବିଆଇ ଡାଇରେକ୍ଟର ସିହ୍ନାଙ୍କୁ କୋଟିଏ ଟଙ୍କା ଲାଞ୍ଚ ଦେଇଥିଲେ. ଏହି ଘଟଣା ଜଣାପଡିବା ପରେ ବଳି ପଡିଥିଲେ ସିହ୍ନା. 2014ରେ କ୍ୟୁରେସି ଓ ସିବିଆଇ ଡାଇରେକ୍ଟର ଏ.ପି. ସିହ୍ନାଙ୍କ ସଂପର୍କ ଜଣାପଡିଲା. 2010ରୁ 2012 ଯାଏଁ ସିବିଆଇ ଡାଇରେକ୍ଟର ଥିବା ଏ.ପି. ସିଂ 2014ରେ ୟୁପିଏସସି ସଦସ୍ୟ ଥିବା ବେଳେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଗଲା. ଏବେ ସିବିଆଇର ସ୍ପେସାଲ ଡାଇରେକ୍ଟର ଆସ୍ଥାନା, ଡାଇରେକ୍ଟର ଆଲୋକ ବର୍ମାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ସେ ହାଇଦ୍ସାରାବାଦ ବ୍ୟବସାୟୀ ସାନାଙ୍କ ଠାରୁ କ୍ୟୁରେସି ମୋକଦ୍ଦମାରେ ସାହାଯ୍ୟ କରିବା ପାଇଁ 2 କୋଟି ଟଙ୍କା ଲାଞ୍ଚ ନେଇଛନ୍ତି. ସାନାଙ୍କ ଠାରୁ ଆସ୍ଥାନା 3 କୋଟି ଟଙ୍କା ଲାଞ୍ଚ ନେଇଛନ୍ତି ବୋଲି ଆଲୋକ ବର୍ମା ମଧ୍ୟ ଏତଲା ଦେଇଛନ୍ତି. କ୍ୟୁରେସି ଦେଶର ସବୁଠୁ ବଡ ମାଂସ ରପ୍ତାନୀ କରୁଥିବା କଂପାନୀର ମାଲିକ. 1993ରେ ସେ ଉତ୍ତରପ୍ରଦେଶର ରାମପୁରରେ ଏକ ଛୋଟିଆ ସ୍ଲଟର ହାଉସ ବା କଂସେଇଖାନା ଖୋଲିଥିଲେ. ଏବେ କନଷ୍ଟ୍ରକସନ ଓ ଫେସନ ଦୁନିଆରେ ତାଙ୍କର 25ଟି କଂପାନୀ ରହିଛି.

LEAVE A REPLY

Please enter your comment!
Please enter your name here