ପୁଣିଥରେ ନିଜ ମତ ଦେଇ ବିବାଦ ସୃଷ୍ଟି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଯେଉଁ ମତ ଦେଇଥିଲେ, ଏବେ ତାହାର ପୂର୍ଣ୍ଣ ବିପରୀତ ମନୁବ୍ୟ ରଖୁଛନ୍ତି। ଟ୍ରମ୍ପ ଏବେ କହିଛନ୍ତି, ଆମେରିକା ଭେନେଜୁଏଲା ଉପରେ କୌଣସି ଆକ୍ରମଣ କରିବ ନାହିଁ।ଶୁକ୍ରବାର ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେରବିଆନରେ ଡ୍ରଗ୍ସ ନେଟୱାର୍କକୁ ଟାର୍ଗେଟ କରି ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନେଇ ବଢ଼ୁଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ଟ୍ରମ୍ପ ଶୁକ୍ରବାର ଏହି କଥା କହିଛନ୍ତି। ଏନେଇ ସାମ୍ବାଦିକମାନେ ପଚାରିଥିଲେ ଯେ ଏପରି କାର୍ଯ୍ୟାନୁଷ୍ଠାନ ହେବ କି ? ଟ୍ରମ୍ପ ଉତ୍ତର ଦେଲେ “ନା।” ଏହାପୂର୍ବରୁ ଟ୍ରମ୍ପ କହିଥିଲେ କି, ସେ ଭେନେଜୁଏଲା ଉପରେ ଆକ୍ରମଣ କରିବେ। କିନ୍ତୁ ଏବେ ମନା କରୁଛନ୍ତି ଟ୍ରମ୍ପ।ଆମେରିକା ଶୀଘ୍ର ପରମାଣୁ ପରୀକ୍ଷା କରିବ। ଏହାକୁ ଅନୁମତି ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, “ଆମେରିକା ପାଖରେ ଅନ୍ୟ ଦେଶଠୁ ଅଧିକ ପରମାଣୁ ଅସ୍ତ୍ର ଅଛି, ଯାହା ପ୍ରଚଣ୍ଡ ବିନାଶକାରୀ ଶକ୍ତି ସାମ୍ରାଜ୍ୟ ତିଆରି କରିପାରେ।” ତଥାପି, ସେ ଏହାକୁ କରିବାକୁ ଘୃଣା କରୁଥିବା ମନ୍ତବ୍ୟ ଦେଇଛନ୍ତି।
ଅନ୍ୟପଟେ ଆମେରିକା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିରୁଦ୍ଧରେ ନିଶାଦ୍ରବ୍ୟ ଚାଲାଣ ଏବଂ ଦୁର୍ନୀତି କରିବାର ଅଭିଯୋଗ କରୁଛି। ହେଲେ ମାଦୁରୋ ଏହାକୁ ବିରୋଧ କରିବା ସହିତ ଆମେରିକା ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି। ଭେନେଜୁଏଲାର ତୈଳ ଭଣ୍ଡାର ଉପରେ ଟ୍ରମ୍ପଙ୍କର ଆଖି ବୋଲି ମାଦୁରୋ କହିଛନ୍ତି।ଭେନେଜୁଏଲା ଜଳସୀମା ନିକଟରେ ଆମେରିକାର ବାୟୁ ଏବଂ ସାମୁଦ୍ରିକ ଅଭିଯାନ ଦ୍ୱାରା ଅନେକ ସନ୍ଦିଗ୍ଧ ଡ୍ରଗ୍ସ-ଚସଡ଼ା ଜାହାଜକୁ ଧ୍ୱଂସ କରାଯିବାର ସପ୍ତାହ ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି, ଯାହା ଦ୍ୱାରା ୱାଶିଂଟନ୍ ଦେଶ ଭିତରେ ଟାର୍ଗେଟକୁ ଏହାର ଅଭିଯାନ ବିସ୍ତାର କରିପାରେ ବୋଲି ଅନୁମାନ କରାଯାଉଛି। ସପ୍ତାହ ପୂର୍ବରୁ ଆମେରିକା ଭେନେଜୁଏଲା ଜଳସୀମା ନିକଟରେ ଆକାଶ ମାର୍ଗରେ ଏବଂ ସାମୁଦ୍ରିକ ଅଭିଯାନ ଦ୍ୱାରା ଅନେକ ସନ୍ଦିଗ୍ଧ ଡ୍ରଗ୍ସ ଥିବା ଜାହାଜକୁ ଧ୍ୱଂସ କରିଦେଇଥିଲା। ଆଉ ଆଜି ଟ୍ରମ୍ପ ସପ୍ତାହ ଏଭଳି ମନ୍ତବ୍ୟ ଦେଇଛନ୍ତି। ହେଲେ ପୂର୍ବରୁ ଟ୍ରମ୍ପ ପରାମର୍ଶ ଦେଇଥିଲେ ଯେ ସାମୁଦ୍ରିକ ଆକ୍ରମଣ ପରେ ଯୁକ୍ତରାଷ୍ଟ୍ର ସ୍ଥଳ ଭାଗରେ ଆକ୍ରମଣ ଆରମ୍ଭ କରିବାକୁ ଭାବୁଛି। ଏଥିପାଇଁ ପ୍ରସ୍ତୁତି ଜାରି ରହିଛି। ହେଲେ ଶୁକ୍ରବାର ହଠାତ ଏପରି କରିବାକୁ ମନା କରିଦେଇଛନ୍ତି ଟ୍ରମ୍ପ ।














