ଲୋକପ୍ରୀୟ ସିଙ୍ଗର୍ ତପୁ ମିଶ୍ର ଆଉ ନାହାଁନ୍ତି । ଗତ ରାତି ୧୧ଟା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କରୋନାରୁ ଭଲ ହୋଇଥିଲେ ମଧ୍ୟ କୋଭିଡ ପରବର୍ତ୍ତୀ ଜଟିଳତାର ଶିକାର ହୋଇଥିଲେ ତପୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । କରୋନା ଯୋଗୁଁ ତାଙ୍କ ଫୁସଫୁସ୍ ପାଖାପାଖି ୫୦ ପ୍ରତିଶତ ନଷ୍ଟ ହୋଇଥିଲା । ୧୦୦ ପ୍ରତିଶତ ଭେଣ୍ଟିଲେଟରରେ ତପୁଙ୍କୁ ରଖାଯାଇଥିଲା । ୧୭ ତାରିଖ ଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲେ ମଧ୍ୟ ଅକ୍ସିଜେନ ଦ୍ରୂତ ଗତିରେ ହ୍ରାସ ପାଇଥିଲା । ୪୦ ତଳକୁ ଖସି ଆସିଥିଲା ଅମ୍ଳଜାନ ସ୍ତର । ଜଟିଳ ହୋଇପଡିଥିଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା । ଗତ ରାତି ୧୧ଟାବେଳେ ତପୁଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭୁବନେଶ୍ୱର ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ କରାଯିବ

LEAVE A REPLY

Please enter your comment!
Please enter your name here