ମାଲକାନଗିରି ଜିଲ୍ଲାରେ ପୁଣି ଭାରାରେ ବୁହାହେଲେ ଗର୍ଭବତୀ ମହିଳା. ଫେଲ୍ ମାରିଲା ଜନନୀ ସୁରକ୍ଷା ଯୋଜନା. ଘଟଣା ଘଟିଛି ନିଲାକାମ୍ବୋ ପଂଚାୟତ ଅନ୍ତର୍ଗତ ପଡାଲପୁଟ ଗାଁରେ . ଏହି ଗାଁର ସମାରି ଖରା ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗାଁ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ. ମାତ୍ର ରାସ୍ତା ଖରାପ ଥିବା ବାହାନାରେ ଆମ୍ବୁଲାନ୍ସ ଆସିବାକୁ ମନା କରିଦେଇଥିଲା. ଲୋକେ ଗର୍ଭବତୀଙ୍କୁ ଭାରାରେ ଆଣିବା ସମୟରେ ରାସ୍ତାରେ ଶିଶୁ ଜନ୍ମ ଦେଇଥିଲେ ସେ. ପରେ ଆଶା ଦିଦିଙ୍କ ସହାୟତାରେ ତାଙ୍କୁ ବାଲିମେଳା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା.

LEAVE A REPLY

Please enter your comment!
Please enter your name here