ସାଉଥ ସୁପରଷ୍ଟାର ତଥା ପୁଷ୍ପା-ଟୁ ସିନେମାର ପ୍ରମିୟର ସୋ ବେଳେ ହୋଇଥିବା ଦଳାଚକଟାରେ ମୃତ୍ୟୁବରଣ କରିଥିବା 35 ବର୍ଷୀୟ ମହିଳାଙ୍କ ପରିବାରକୁ ଦୁଇକୋଟି ଟଙ୍କା ପ୍ରଦାନ କରାଯିବ । ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାପା ଏହା ଘୋଷଣା କରିଛନ୍ତି । ଦୁଇକୋଟି ଟଙ୍କା ମଧ୍ୟରୁ ଅଲ୍ଲୁ ଅର୍ଜୁନ ଏକ କୋଟି ଏବଂ ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ ବାକି ଏକକୋଟି ଟଙ୍କା ଦେବେ । ହାଇଦ୍ରାବାଦର ଏକ ସିନେମାହଲରେ ପୁଷ୍ପା ଟୁ ସିନେମାର ପ୍ରମିଅର ସୋ ବେଳେ ହିରୋ ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ସିନେମା ହଲ ନିକଟରେ ଦର୍ଶକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ଏଥିରେ ଜଣେ 35 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା । ତେବେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ହେବା ନେଇ ଅଲ୍ଲୁ ଅର୍ଜୁନ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସେ ଏକକୋଟି ଟଙ୍କା କ୍ଷତିପୂରଣ ଦେବାକୁ ତାଙ୍କ ବାପା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here