ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଭାରତ ସରକାରଙ୍କ ଡିଜିସିଏ ଶ୍ରୀ ଜଗନ୍ନାଥ ମନ୍ଦିରକୁ “ରେଡ୍ ଜୋନ” ଭାବେ ଘୋଷଣା କରିଛି। ଏୟାରସ୍ପେଶ୍ ମ୍ୟାପରେ ଏଭଳି ତଥ୍ୟ ରହିଥିବା ଭାରତ ସରକାରଙ୍କ ଡିଜିସିଏ ୱେବସାଇଟରେ ଉପଲବ୍ଧ ରହିଛି । ଏହି ରେଡ୍ ଜୋନ ଅବଧି ୩ ବର୍ଷ ରହିଛି । ଅର୍ଥାତ ୨୦୨୮ ସେପ୍ଟେମ୍ବର ୨୫ ତାରିଖରେ ଏହାର ସମୟସୀମା ପୂରଣ ହେବ । ଏହାପରେ ପୂର୍ନବାର ଶ୍ରୀମନ୍ଦିର ଉପରକୁ ନିଷିଧାଞ୍ଚଳ କରିବାକୁ ଆବେଦନ କରାଯିବ।ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ ଏବେ ରେଡ ଜୋନ୍ ଘୋଷଣା ହେବା ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।ଶ୍ରୀ ଜଗନ୍ନାଥ ମନ୍ଦିରକୁ ରେଡ ଜୋନ ଘୋଷଣା ହେବାପରେ କେବଳ ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲାଗିଲେ ଉଡୁଥିବା ଡ୍ରୋନ୍ କାବୁ ହୋଇପାରିବ ବୋଲି ଜଣାପଡିଛି । ଗତକାଲି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ବେଳେ ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ଅପରେଟ୍ କରୁଥିବା ଅପରେଟରକୁ ଧରିବାରେ ସିଂହଦ୍ଵାର ପୋଲିସ ସଫଳ ହୋଇଥିଲା।

LEAVE A REPLY

Please enter your comment!
Please enter your name here