ଆଜି କାଲିର ଯୁବପୀଢି ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣଉଛନ୍ତି. ଡାଏଟ କରିବା ସହ ଜିମ୍ ମଧ୍ୟ ଯାଉଛନ୍ତି. ହେଲେ ପେଟରୁ ଚର୍ବି ହ୍ରାସ ହୋଇପାରୁନାହିଁ କି ଓଜନ ମଧ୍ୟ କମୁନାହିଁ. ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ବିଷୟରେ ବତାଇବୁ ଯାହାକୁ ଅବଲମ୍ବନ କରିବା ଦ୍ୱାରା ତିନି ଦିନ ମଧ୍ୟରେ ଆପଣଙ୍କ ପେଟର ଚର୍ବି ହ୍ରାସ ହୋଇପାରିବ. ତେବେ ଆସନ୍ତୁ ଜାଣିବା ସେହି ଉପାୟଟି କଣ. ଚର୍ବି କମାଇବା ପାଇଁ ସମସ୍ତେ ଉଷୁମ ପାଣି ପିଉଥିବେ. କିଏ ଉଷୁମ ପାଣି ସହ ଲେମ୍ବୁ ଚିପୁଡି ପିଉଥିବେ. ଆଉ କିଏ ଉଷୁମ ପାଣିରେ ଲେମ୍ବୁ ସହ ମହୁ ମିଶାଇ ମଧ୍ୟ ପିଉଥିବେ. ହେଲେ ଏତେ ସବୁ ପରେ ମଧ୍ୟ ଚର୍ବି ଜମା ବି କମୁ ନଥିବ. ସେଥିପାଇଁ ଆପଣ ପ୍ରତିଦିନ ସକାଳୁ ଉଠିବା ପରେ ଖାଲି ପେଟରେ ଉଷମ ପାଣିରେ କିଛି ଜିରା ଗୁଣ୍ଡ ପକାଇ ଓ ସେଥିରେ ଲେମ୍ବୁ ଚିପୁଡି ସେହି ପାଣିକୁ ପିଅନ୍ତୁ. ଏହିଭଳି ଗୋଟିଏ ସପ୍ତାହ କରନ୍ତୁ. ତା ପରେ ଆପଣ ନିଜେ ଫରକ ଜାଣିପାରିବେ. ମାତ୍ର ଏହାକୁ ପିଇବା ପରେ 2-3 ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ. ତିନି ଘଣ୍ଟା ପରେ ଆପଣ ହାଲକା ଜଳଖିଆ କରିପାରିବେ. ଜିରାରେ ଥିବା ମ୍ୟାଗ୍ନେସିୟମ, କ୍ୟାଲସିୟମ, ଜିଙ୍କ୍, ଫସଫରସ ଶରୀରରେ ଥିବା କ୍ୟାଲୋରୀ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ପାଚନ ତନ୍ତ୍ରକୁ ଠିକ୍ ରଖିଥାଏ. ଫଳରେ ଖାଜ୍ୟ ସହଜରେ ହଜମ ହୋଇଥାଏ. ପ୍ରତିଦିନ ଜିରା ଓ ଲେମ୍ବୁ ପାଣି ପିଇବା ଦ୍ୱାରା ପେଟରେ ଜମି ରହିଥିବା ଚର୍ବି ଶୀଘ୍ର କମିଯାଇଥାଏ. ସେଥିପାଇଁ ସବୁଦିନ ସକାଳୁ ଖାଲିପେଟରେ ଏହି ପାଣି ପିଇବା ଉଚିତ୍ ଓ ପିଇବା ପରେ ଚାଲିବା କିମ୍ବା ଏକ୍ସରସାଇଜ କରିବା ଉଚିତ.

 

LEAVE A REPLY

Please enter your comment!
Please enter your name here