ରାୟଗଡା ପୋଲିସ ହାବୁଡରେ ପଡିଛନ୍ତି ନକଲି ନକ୍ସଲ. ଗିରଫ ହେବା ପରେ ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୮୬ ହଜାର ୯୧୦ ଟଙ୍କା ଜବତ କରିଛି ପୋଲିସ. ନକଲି ନକ୍ସଲ ବନିଥିବା ଅଭିଯୁକ୍ତମାନେ ହେଲେ କାଶିପୁର ଥାନା ଜଲଖୁରା ଗାଁର କଳରାମ ନାୟକ, ଭାପ୍ତା ନାୟକ, ପିମାଲି ଗାଁର ରମେଶ ନାୟକ ଓ ବାଲେକଦାସ ନାୟକ. ତେବେ ଏମାନେ ପୂର୍ବରୁ ନିଜକୁ ନକ୍ସଲ ପରିଚୟ ଦେଇ ବିଭିନ୍ନ ଲୁଟପାତ କରିଥିବା ସୂଚନା ରହିଛି. ଗତ ୧୯ ତାରିଖରେ ଏମାନେ କୁପାଖାଲ ଗାଁର ଶଙ୍କର ନାୟକଙ୍କ ଠାରୁ ୧୦ ଲକ୍ଷ ଲୁଟ କରିଥିଲେ. ଡିସେମ୍ବର ୧୧ ତାରିଖରେ ମଧ୍ୟ ଏମାନେ କୁପାଖାଲ ଗାଁରେ ହଳଧର ବାଗଙ୍କ ନାଁରେ ନକ୍ସଲ ପୋଷ୍ଟର ମାରିଥିଲେ. ଏହିପରି ଭାବେ ସେମାନେ ସମସ୍ତଙ୍କୁ ଭୟଭୀତ କରାଇ ଟଙ୍କା ଲୁଟ କରୁଥିଲେ. ଏ ନେଇ ଅଣ୍ଡ୍ରାକଞ୍ଚ ଥାନାରେ ଅଭିଯୋଗ ହୋଇଥିଲା. ବର୍ତ୍ତମାନ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି. ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି .

LEAVE A REPLY

Please enter your comment!
Please enter your name here