ପୋଲିସ ଆଖିରେ ଧୂଳିଦେଇ ୨୦ବର୍ଷ ହେବ ଫେରାର ଥିବା ଅଭିଯୁକ୍ତ ସିବିଆଇ ହାତରେ ଗିରଫ । ୧୯୯୯ମସିହା ଜାନୁଆରୀ ୨୨ତାରିଖ ଦିନ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲିଆ ମିଶନାରୀ ଗ୍ରାହମଷ୍ଟେନ ଓ ତାଙ୍କର ଦୁଇ ନାଵାଳକ ପୁଅଙ୍କୁ ଦାରାସିଂ ଓ ତାର ସହଯୋଗୀ ମାନେ ପୋଡ଼ି ମାରିଵା ଘଟଣାର ଦୀର୍ଘଵର୍ଷ ପରେ ଫେରାର ଥିବା ଦାରାସିଂ ର ଅନ୍ୟଜଣେ ପ୍ରମୁଖ ସହଯୋଗୀ ଅଭିଯୁକ୍ତ ବୁଦ୍ଧଦେବ ନାଏକଙ୍କୁ ଗିରଫ କରିଛି ସିବିଆଇ । କଲିକତାର ଏକ ସିଵିଆଇ ଟିମ୍ ଠାକୁରମୁଣ୍ଡାରେ ପହଞ୍ଚି ଠାକୁର ମୁଣ୍ଡାଥାନା ପୋଲିସ ସହାୟତାରେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ନିଶ୍ଚିନ୍ତପୁର ଗ୍ରାମରୁ ଵୁଧଵାର ଵିଳମ୍ଵିତ ରାତିରେ ତାଙ୍କ ପୈତୃକଘରୁ ଗିରଫ କରିଛି ସିଵିଆଇ ଟିମ୍ । ତେବେ ବୁଦ୍ଧଦେବ ଦୀର୍ଘଦିନ ପରେ ନିଜ ପୈତୃକ ଘରକୁ ଆସିଥିବା ଖବର କୌଣସି ସୂତ୍ରରୁ ପାଇ ସିବିଆଇ ଟିମ ପହଞ୍ଚି ସ୍ଥାନୀୟ ପୋଲିସର ସହଯୋଗରେ ଅତର୍କିତ ଚଢ଼ାଉ କରି ଧରିବାରେ ସଫଳ ହୋଇଛି । ପରେ ବୁଦ୍ଧଦେବକୁ ଗିରଫ କରି ସିବିଆଇ ଟିମ ଭୂଵନେଶ୍ଵର ନେଇ ଯାଇଥିଵା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here