ବିଭିନ୍ନ ଦାବି ନେଇ ଗତ ଚାରିଦିନ ଧରି ବାଲେଶ୍ୱର ସୁଇପର ସଙ୍ଗ ପକ୍ଷରୁ ଆନେ୍ଦାଳନ କରାଯାଇଛି ।  ବୁଧବାର ଠାରୁ ଏହାର ପ୍ରଭାବ ସମଗ୍ର ସହରରେ ଦେଖିବାକୁ ମିଳିଛି । ସାରା ସହରରେ ଅଳିଆ ପଡି ରହିଥିବାବେଳେ ସୁଇପରମାନେ ବିଭିନ୍ନ ଅଞ୍ଚଳରୁ ଅଳିଆ, ଆବର୍ଜନା ଆଣି ସହରର ମୁଖ୍ୟ ଛକ ଓ ରାସ୍ତା ଉପରେ ପକାଇ ନୂତନ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଦାବି ରହିଛି , ତାଙ୍କର ଇଏସଆଇ ଇପିଏଫ,ଡିପୋଜିଟ ହେଉନାହିଁ । ବାଲେଶ୍ୱରରେ ସମୁଦାୟ ୩୫୦ ସଫେଇ କର୍ମଚାରୀ ଥିବାବେଳେ ମୋଟ ୪୦ ଜଣଙ୍କୁ ପରମାନେଣ୍ଟ କରାଯାଇଛି । ତେଣୁ ତାଙ୍କ ଦରମା ବୃଦ୍ଧି ସହ ଇପିଏଫ ଡିପୋଜିଟ ପାଇଁ ଦାବି କରିଛି ସଂଘ ଦାବିକୁ ଭିତ୍ତି କରି ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ସୁଇପର ମାନଙ୍କୁ ଦାଙ୍କ ଦାବି ପୂରଣ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । ପ୍ରତିଶ୍ରୁତି ପରେ  ଆନେ୍ଦାଳନ ପ୍ରତ୍ୟାହାର ହୋଇଛି ।

LEAVE A REPLY

Please enter your comment!
Please enter your name here