ଆଗକୁ ଆସୁଛି ପୌର ନିର୍ବାଚନ । ଏଥିପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ 107 ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମହିଳାଙ୍କ ପାଇଁ 40ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦବୀ ସଂରକ୍ଷିତ ରହିଛି । ସେହିପରି 42 ପଦ ଅଣସଂରକ୍ଷିତ ରହିଛି ।

ଅନୁସୂଚିତ ଜାତି ମହିଳାଙ୍କ ପାଇଁ 9ଟି ଏବଂ ଅନୁସୂଚିତ ଜାତି ପାଇଁ 8ଟି ପୌରାଧ୍ୟକ୍ଷ ପଦ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ 5ଟି ଏବଂ ଜନଜାତି ବର୍ଗ ପାଇଁ 3ଟି ପୌରାଧ୍ୟକ୍ଷ ପଦ ସଂରକ୍ଷିତ ରହିଛି ।

LEAVE A REPLY

Please enter your comment!
Please enter your name here