ଆସନ୍ତାକାଲିଠୁ ବିଏମସିର ଉଚ୍ଛେଦ ବନ୍ଦ । ଏଣିକି ଦୋକାନ ଉଚ୍ଛେଦ ପୂର୍ବରୁ ସଂଘ ସହିତ ଆଲୋଚନା କରାଯିବ । ଉଠଶ ଦୋକାନୀଙ୍କର ଜୋରଦାର ଆନ୍ଦୋଳନ, ବିରୋଧ ଏବଂ ପ୍ରତିବାଦ ପରେ ନରମିଛନ୍ତି ବିଏମସି ଅଧିକାରୀ । କାଲିଠୁ ଉଚ୍ଛେଦ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ନର୍ଥ ଜୋନ୍ ଆସୋସିଏସନ ।ପରବର୍ତ୍ତୀ ପର୍ଯ୍ୟାୟରେ କିପରି ଉଠା ଦୋକାନୀମାନଙ୍କୁ ଥଇଥାନ କରାଯିବ ସେ ନେଇ ନିଷ୍ପତ୍ତି ନିଆଯିବ । ସେହିପରି ବିଏମସି କମିଶନର ବିଜୟ ଅମୃତା କହିଛନ୍ତି , ଯେଉଁଠି ଟ୍ରାଫିକ ଇସ୍ୟୁ ଅଛି ସେଠାରେ ଅନୁମତିରେ ଉଚ୍ଛେଦ ହୋଇଛି । ବିନା କାରଣରେ କୌଣସି ଉଠା ଦୋକାନୀଙ୍କୁ ବିଏମସି ହାତ ଲଗାଉନାହିଁ ବୋଲି କହିଛନ୍ତି କମିଶନର । ହକି ବିଶ୍ୱକପ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀ ରାସ୍ତା କଡରୁ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରୁଛି ବିଏମସି । ବିନା ଥଇଥାନ ଏବଂ କ୍ଷତିପୂରଣରେ ବିଏମସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରୁଛନ୍ତି । ଆଜି ବିଏମସି ଅଫିସ ଘେରାଉ କରିଥିଲେ ଲୋକେ ।

LEAVE A REPLY

Please enter your comment!
Please enter your name here